ଗୁଣି ସନ୍ଦେହରେ ଗ୍ରାମବାସୀ ୬ଜଣଙ୍କୁ ଆକ୍ରମଣ : ପୋଲିସ ଗ୍ରାମବାସୀଙ୍କୁ ଗିରଫ କରିଛି

9

ବ୍ରହ୍ମପୁର ,୩/୧୦(ଡି .ଏଚ /ଗୁରୁପ୍ରସାଦ ): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଗୋପପୁର ଦଳିତ ସାହିରେ ଗୁଣି ସନ୍ଦେହରେ ଗ୍ରାମବାସୀ ସୋମବାର ରାତିରେ ୬ ଜଣ ବ୍ୟକ୍ତିଙ୍କୁ ଦାନ୍ତ ଭାଙ୍ଗି ଅଖାଦ୍ୟ(ବିଷ୍ଟ।) ଖୁଆଇ ଗାଁ କୋଠ ଘରେ ବାନ୍ଧି ରଖିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ ଓ ଅନ୍ୟ ଥାନାଧିକାରୀମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ସମୟରେ ପୋଲିସ ଉପରକୁ ଲଙ୍କାଗୁଣ୍ଡ, ବାଲି ଆଦି ଫିଙ୍ଗିବା ଅଭିଯୋଗରେ ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ଥାନାରେ ଅଟକ ରଖାଯାଇଥିଲା । ବୁଧବାର ସେମାନଙ୍କ ମଧ୍ୟରୁ ପୋଲିସ ୨୨ଜଣ ମହିଳା ଓ ୭ଜଣ ପୁରୁଷଙ୍କୁ ଗିରଫ କରିଛି। ଏ ନେଇ ନଂ. ୨୫୬/୧୯ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଖାଦ୍ୟ ଖୁଆଯାଇଥିବା ୬ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଅନ୍ୟପଟେ ଗିରଫ ଭୟରେ ଗ୍ରାମ ପୁରୁଷ ଶୂନ୍ୟ ରହିଥିବା ବେଳେ ପରିସ୍ଥିତି ଶାନ୍ତ ରହିଛି।

ADVERTISEMENT