କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

13

କବିସୂର୍ଯ୍ୟନଗର,୩/୧୦(ସୁଦାମ ମହାରଣା) : ମହାତ୍ମା ଗାନ୍ଧୀ ଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ କବିସୂର୍ଯ୍ୟନଗର ବିଜେପି ପକ୍ଷରୁ କୋଦଳା ଏନ ଏ ଏସି ଠାରେ ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ପଦଯାତ୍ରାରେ ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ମିସନ,ସିଙ୍ଗିଲି ୟୁଜ ପ୍ଳାଟିକ ବର୍ଜନ, ମଦମୁକ୍ତ ଓଡିଶା ଓ ଜଳସରକ୍ଷଣ ଆଦି ସୋଗ୍ଲାନ ମାଧ୍ୟମରେ ବାର୍ତ୍ତା ଦେଇଥିଲେ ।କୋଦଳା ଛକଠାରେ ଗାନ୍ଧୀଙ୍କ ପ୍ରତି ମୃର୍ତ୍ତି ସ୍ଥାପନ ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ ।ଏହି ପଦଯାତ୍ରାରେ ବିଜେପି ବରିଷ୍ଠ ନେତା ରଞ୍ଜନ କୁମାର ପଲେଇ, ମହେଶ୍ବର ମହାନ୍ତିଙ୍କ ସମେତ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ADVERTISEMENT