ସ୍ଲଗ ,ଜଳାତଙ୍କ ରୋଗ ପ୍ରତିଷେଧକ ଟୀକାର ଅଭାବକୁ ନେଇ ଅଲ ଇଣ୍ଡିଆ ଡି.ୱ।ଇ.ଓ ର ଦାବିପତ୍ର

94

ବ୍ରହ୍ମପୁର,୩/୧୦,(ସଞ୍ଜୟ କୁମାର ବିଶ୍ବାଳ) : ଅଲଇଣ୍ଡିଆ ଡି .ୱ।ଇ.ଓ ବ୍ରହ୍ମପୁର ଆଞ୍ଚଳିକ କମିଟି ପକ୍ଷରୁ ଏମ କେ ସି ଜି ମେଡିକାଲ କଲେଜ ସୁପରେଟେଣ୍ଡେଣ୍ଟକୁ ଜଳାତଙ୍କ ରୋଗ ପ୍ରତିଷେଧକ ଟୀକା ତୁରନ୍ତ ଯୋଗାଇ ଦେବା ନିମନ୍ତେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନେ ପ୍ରଥମେ କମାପଲ୍ଲି ଛକରୁ ଏକ ରାଲିରେ ବାହାରି ମେଡିକାଲରେ ପହଞ୍ଚି ଥିଲେ । । ସୂଚନା ଅନୁସାରେ ,ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ମେଡିକାଲ କଲେଜ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହି ଥିବା ବେଳେ କିନ୍ତୁ ଜଳାତଙ୍କ ବିଭାଗରେ କୁକୁର ଓ ମାଙ୍କଡ଼ କାମୁଡାରେ ଦୈନନ୍ଦିନ ୩୦ରୁ ୪୦ରୋଗୀ ଜଇନ୍ ହୋଉଛନ୍ତି । କିନ୍ତୁ ପରିତାପର ବିଷୟ ଏହି ବିଭାଗରେ ରୋଗ ପ୍ରତିଷେଧକ ଟୀକାର ଅଭାବ ଦେଖାଦେଇଛି । ଯାହା ଫଳରେ କି ଦୂରଦୂରାନ୍ତରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ।ଏହା ନେଇ ମେଡିକାଲ ସୁପରେଟେଣ୍ଡେଣ୍ଟ ଡାକ୍ତର ଚରଣ ପଣ୍ଡାଙ୍କୁ ଯୋଗାଯୋଗ କରା ଯାଇଥିଲା । କିନ୍ତୁ ସେ ପ୍ରତିକ୍ରିୟାରେ କହିଥିଲେ ଯେ ମୁମ୍ବାଇର ଭାରତ ସିରମ୍ କମ୍ପାନୀ ଏହି ଟୀକା ଯୋଗାଣ କରୁଅଛି । କିନ୍ତୁ ସେଠାରୁଏହି ଟୀକା ଆସି ନଥିବା କାରଣରୁ ବର୍ତ୍ତମାନ ସମାସ୍ୟା ଦେଖାଯାଇଛି ।

ADVERTISEMENT