ଅନ୍ତରାଜ୍ୟ ଠକଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସିକନ୍ଦର ଅଲ୍ଲୀ ଗିରଫ

15

ବ୍ରହ୍ମପୁର,୩/୧୦(ସୁଦାମ ମହାରଣା) : ବ୍ରହ୍ମପୁର ପୋଲିସକୁ ମିଳିଛି ଏକ ବଡ ସଫଳତା ।କର୍ଣ୍ଣାଟକରୁ ଆସି ମହାରାଷ୍ଟ୍ର, ୟୁପି, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ନକଲି ପୋଲିସ ଭାବେ ଲୁଟ ତଥା ଆତଙ୍କ ଖେଳାଇଥିବା ଅନ୍ତରାଜ୍ୟ ଠକ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସିକନ୍ଦର ଅଲ୍ଲୀକୁ ଗୋଷାଣିନୂଆ ଗାଁ ପୋଲିସ ଗିରଫ କରିଛି । ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ନିଜକୁ ପୋଲିସ ପରିଚୟ ଦେଇ ଗ୍ୟାଙ୍ଗର ସହଯୋଗଙ୍କ ସହାୟତାରେ ଅଳଙ୍କାର ଲୁଟକରି ଚାଲିଥିଲା । ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଥିଲା।

ସିକନ୍ଦରର ଅନ୍ୟ ସହଯୋଗୀ ମାନେ ପାପା ଅଲ୍ଲୀ,ଜିଲାନି,ଜାଭେଦ,ତନଭିର,ଜାଉ,ତାକିର,ଜାଫର, ଓ ଲାଲା ବୋଲି ପୋଲିସ କୁ ସୂଚନା ମିଳିଛି । ସହରର ବିଭିନ୍ନ ଥାନା ରେ ସେମାନଙ୍କ ନାମରେ ମାମଲା ରହି ଥିବା ବେଳେ ସିକନ୍ଦର ନିକଟରୁ ଏକ ବ୍ୟାଗ ପୋଲିସ ଜବତ କରିଛି ପୋଲିସ । ଏହି ବ୍ୟାଗରେ ଏକଛୁରୀ ,ପ୍ଲାଷ୍ଟିକ ଚୁଡି,ଷ୍ଟୋନ ,କିଛି ଧଳାକାଗଜ,ସିକନ୍ଦରର ପରିଚୟ ପତ୍ର ରହିଛି। ଏହା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପ୍ରଭାତକୁମାର ରାଉତରାଏ ଓ ଏସଡିପିଓ ବିଷ୍ଣୁ ଚରଣପତି,ସୂଚନା ଦେଇଥିବା ବେଳେ ଗୋଷାଣିନୂଆ ଗାଁ ଥାନା ଅଧିକାରୀ ସୁମିତ୍ ସୋରେନ୍,ଟାଉନ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ଉପସ୍ଥିତ ଥିଲେ । ସିକନ୍ଦରର ଅନ୍ୟ ସହଯୋଗୀ ମାନଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି ।

ADVERTISEMENT