ଦିଲ୍ଲୀରେ ପ୍ରବେଶ କରିଛନ୍ତି ଚାରି ଆତଙ୍କବାଦୀ : ଗୁଇନ୍ଦା ସୂତ୍ରରୁ ପ୍ରକାଶ

13

ନୂଆଦିଲ୍ଲୀ,୩/୧୦(ଏଜେନ୍ସି) : ସୂଚନା ଅନୁସାରେ କାଶ୍ମୀର ସୀମା ଦେଇ ଦିଲ୍ଲୀରେ ପ୍ରବେଶ କରିଛନ୍ତି ଏହି ଚାରି ଆତଙ୍କବାଦୀ । ଗୁଇନ୍ଦା ସୂତ୍ରରୁ ଆତଙ୍କୀ ଆକ୍ରମଣର ସୂଚନା ମିଳିବା ପରେ ଦିଲ୍ଲୀ ପୋଲିସ ଛାନଭିନ୍ ଆରମ୍ଭ କରିଛି । ରାଜଧାନୀର ବଡ଼ ବଡ଼ ମନ୍ଦିର ଏବଂ ମହତ୍ତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସୁରକ୍ଷାକୁ ତିନିଗୁଣା ବଢାଇ ଦିଆଯାଇଛି । କେବଳ ଏତିକି ନୁହଁ ଆକ୍ରମଣର ଖବର ପାଇବା ପରେ ଦିଲ୍ଲୀ ପୋଲିସ୍ ବୁଧବାର ୧୦୦୦୦ କମାଣ୍ଡୋକୁ ଡକାଇଛନ୍ତି!! ଦିଲ୍ଲୀରେ ହାଇ ଆଲର୍ଟ ଜାରି ରହିଛି ।

ADVERTISEMENT