କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳ ରେ ବିଜେଡି ଜନ ସମ୍ପର୍କ ପଦଯାତ୍ରା

16

ପୁରୁଷୋତ୍ତମପୁର,୩/୧୦(ଡି .ଏଚ /ସୁଦାମ ମହାରଣା) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ପାଣ୍ଡିଆ ଓ ନୂଆ ଗାଁ ଦୁଇ ଗୋଟି ପଞ୍ଚାୟତରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କବିସୂର୍ଯ୍ୟନଗର ବିଧାୟକା ଲତିକା ପ୍ରଧାନ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ।ଏହି ପଦଯାତ୍ରାରେ ବ୍ଲକ ବିଜେଡି ଦିଗାମ୍ବର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ପି ନାରାୟଣ ରାଓ ,ଯୁବବିଜେଡି ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାହୁ, ପ୍ରଶାନ୍ତ ପ୍ରଧାନ, ପାଣ୍ଡିଆ ସରପଞ୍ଚ,ଅନିଲକୁମାର ଦାଶ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ । ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ।

ADVERTISEMENT