ହିିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋରଂଜନ ସାହୁ

6

ହିଞ୍ଜିଳିକାଟୁ, ୪/୧୦ (ଶେଷଦେବ ସାହୁ): ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ମନୋରଂଜନ ସାହୁ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ସାହୁ ନୟାଗଡ଼ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ପୌରପରିଷଦର କର୍ମଚାରୀ ବୃନ୍ଦ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପୂର୍ବରୁ ହିଂଜିଳିକାଟୁ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ଥିବା ଅଶୋକ କୁମାର ପଣ୍ଡା ହିଂଜିଳିକାଟୁ ସମେତ ଆସିକା ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ଶ୍ରୀ ପଣ୍ଡାଙ୍କ ଆସିକା ଏନଏସିକୁ ବଦଳି ହୋଇଛି । ନୂତନ ନିର୍ବାହୀ ଅଧିକାରୀ ଶ୍ରୀ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ପୌରାଂଚଳର ଉନ୍ନତି ସକାଶେ ଉଦ୍ୟମ କରିବେ ଏବଂ ଏଥି ସକାଶେ ପୌରାଂଚଳ ବାସୀଙ୍କ ସାହର୍ଯ୍ୟ ଏକାନ୍ତ ଆବଶ୍ୟକ ବୋଲି କହିଥିଲେ ।

ADVERTISEMENT