ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୈଠକ

10

ବ୍ରହ୍ମପୁର, ୪/୧୦ (ଇ ରଞ୍ଜନ ): ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ସଭାଗୃହରେ ଜିଲ୍ଲା ସ୍ତରୀୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କ ଦାୟିତ୍ୱ ନେଇଛନ୍ତି ସରକାର ସେମାନଙ୍କୁ ସଶକ୍ତ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ସବୁପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ଚିନ୍ହଟ, ସାମାଜିକ ସହାୟତ ପ୍ରଦାନ କରିବା ଗ୍ରାମଞ୍ଚଳରେ ରହୁଥିବା ବୃଦ୍ଧାବୃଦ୍ଧି ମାନଙ୍କୁ ମାସିକ ଭତ୍ତା ପ୍ରଦାନ କରିବା, ବତିଶ୍ରୀ ଛାତ୍ରଛାତ୍ରୀ, ବୃଦ୍ଧ ଆଶ୍ରମ, ସ୍ୱତନ୍ତ୍ର ସ୍କୁଲ, ଜାତୀୟ ପରିବାର କଲ୍ୟାଣ ଯୋଜନା, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରିବା, ଭିକାରୀ ଓ କୁଷ୍ଠ ରୋଗୀଙ୍କ ସହାୟତା ପ୍ରଦାନ କରିବା, ମଧୁବାବୁ ପେନସନ ଯୋଜନ ଓ ରାଜ୍ୟ ପରିବାର ମଙ୍ଗଳ ଯୋଜନ ପ୍ରଦାନ କରିବାକୁ ମନ୍ତ୍ରୀ କହିଥିଲେ। ସେହିପରି ଗୋପାଳପୁର ବିଧାୟକ ଡ଼ଃ. ପ୍ରଦୀପ ପାଣିଗ୍ରାହୀ ଜିଲ୍ଲାର ସମସ୍ତ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା, ବରିଷ୍ଠ ନାଗରିକଙ୍କୁ ଏବଂ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଏହି ସମୀକ୍ଷା ବୈଠକରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ଆସ୍କା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ, ଗୋପାଳପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ବିଧାୟିକା ଶ୍ରୀମତି ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତି ସୋନମ ପୋଲାଇ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଶ୍ର, ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପ୍ରିୟରଞ୍ଜନ ପୃଷ୍ଠି, ତି.ଏସ.ଏସଓ ଶ୍ରୀ ସୁବାଂସୁ କୁମାର ମହାରଣା ଏବଂ ଜିଲ୍ଲାର ବିଭିନ୍ନ ପଦାଥିକାରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ADVERTISEMENT