ପୋଲିସର ୫ଟି କୁ ଗୁରୁତ୍ବ ଓ ବୁଲା ଗାଇଙ୍କୁ ରୋଡ ଉଛେଦ ନିମନ୍ତେ ଦାବୀ ନେଇ ସଦରଥାନାରେ ସଭା

10

କୁକୁଡାଖଣ୍ଡି, ୪/୧୦ (ଇ ରଞ୍ଜନ ): ସଦରଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଟିତ ହୋଇଯାଇଛି । ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କ ନେତୃତ୍ବରେ ବୈଠକ ଅନୁଷ୍ଟିତ ହୋଇଯାଇଛି । ଏସଆଇ ସୁରେଶ ସାହୁ ସଭାପତିତ୍ବ କରିଥିଲେ।ଏସଆଇ ବିଭୁତି ସେଠୀ,ବିନିତ ଶତପଥୀ,ପ୍ରଫୁଲ ଶତପଥୀ,ଝୁନୁବାଳା ସାସମଲ,ବାସନ୍ତି ବେହେରା ମଞାସୀନ ଥିଲେ । ଥାନା ଅଧିକାରୀ ବୈଠକରେ ରାଜ୍ୟସରକାରଙ୍କ ୫ଟି ବ୍ୟବସ୍ଥାକୁ ଗୁରୁତ୍ବ ଦେବା ସହ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧ ଓ ଠକେଇ ଉପରେ ଲୋକଙ୍କୁ ବୁଝାଇ ଥିଲେ । ଏଟିଏମ କାର୍ଡ ଯୋଗେ ଲୋକଙ୍କ ଏଟିଏମରୁ ପିନ ନମ୍ବର ମାଗି ଟଙ୍କା ଲୁଟ କରିନେଉଛନ୍ତି । ସପିଂ ମଲରେ ମଧ୍ୟ ଠକେଇ ବୃଦ୍ଧି ପାଉଛି ନିଜର ଏକାଉଣ୍ଟ ସହ ଲିକଂ ଥିବା ନମ୍ବର ନଦେବା । ଡିଟିଏଚରେ ମଧ୍ୟ ଅନଲାଇନରେ ପେମେଣ୍ଟ କରନ୍ତୁ ନାହିଁ, ଯଦ୍ବାରା କି କମ୍ପାନି ମାନେ ଠକେଇ କରୁଛନ୍ତି । ପ୍ରତ୍ୟକ ଗ୍ରାମର ପରିମଳ ବ୍ୟବସ୍ଥାକୁ ସ୍ବଛତା ରଖିବା ସହ ପୋଲିସ ସହ ବନ୍ଧୁତା ପୂଣ୍ନ କରି ସମସ୍ତ କାର୍ଯ୍ୟରେ ସହଯୋଗ କରିବାକୁ ଉପସ୍ଥିତ ବ୍ୟକ୍ତିକୁଂ ଅନୁରୋଧ କରିଛନ୍ତି । ପ୍ରତ୍ୟକ ଗ୍ରାମରେ ରୋଡରୋମିଓ ମାନଙ୍କ ପ୍ରାଦୁଭାବ ବୃଦ୍ଧି ପାଉଥିବା ଯୋଗୁଁ ଝିଅ ବୋହୂ ମାନେ ରାସ୍ତାରେ ଗଲେ କମେଣ୍ଟ ମାରୁଛନ୍ତି, ଲୋକଙ୍କ ମନରେ ରୋଡରୋମିଙ୍କ ପାଇଁ କୋକୁଆ ଭୟ ସୃଷ୍ଟି ହେଉଛି ସେଥି ନେମନ୍ତେ ପଦକ୍ଷେପ , ଏହା ଯେପରି ସମ୍ପୂର୍ଣ ମାତ୍ରାରେ ଲୋପ ଘଟିବ ସେଦିଗରେ ଦୃଷ୍ଟି ଦେବା ସହ ରୋଡରେ ବୁଲାଗାଇଗୋରୁ ମାନକଂ ଦ୍ବାରା ଦୁଘଟଣା ମାତ୍ରାଧିକ ଘଟୁଛି ଏହାକୁ ସଂପୂଣ୍ନ ଭାବେ ବୁଲାଗାଇଗୋରୁଙ୍କୁ ରୋଡରୁ ହଟାଇବା ଉପରେ ଗୁରୁତ୍ବ ଦେବାକୁ ଉପସ୍ଥିତ ବ୍ୟକ୍ତି ମାନେ ମତପ୍ରକାଶ କରିଥିଲେ। ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସନ୍ତୋଷ ଚୌଧୁରୀ, ବସନ୍ତ ସାହୁ, ନରସିଂହ ସାହୁ, ରବୀନ୍ଦ୍ର ମହାରଣା, ସୀତାରାମ ସାହୁ, ମିନତୀ ବେହେରା, ହିମାଂଶୁ ପାଢ଼ୀ, ରଙ୍କ ନିଧି ପଣ୍ଡା ଙ୍କ ସହ ବହୁ ସରପଞ୍ଚ ମାନେ ଉପସ୍ଥିତ ଥିଲେ।

ADVERTISEMENT