ସ୍ୱଛତା ଓ ସଚେତନତା କାର୍ଯ୍ୟକ୍ରମ

8

ହିିଞ୍ଜିଳିକାଟୁ, ୪/୧୦ (ଶେଷଦେବ ସାହୁ ): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ହିଂଜିଳିକାଟୁ ଉପଡ଼ାକଘର ଠାରେ ସ୍ୱଛତା କାର୍ଯ୍ୟକ୍ରମ ଓ ଜନସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଟିତ ହୋଇଯାଇଛି । ରଜନିକାନ୍ତ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ଡ଼ାକମଣ୍ଡଳ ଅଧିକ୍ଷକ ବି. ମହେଶ୍ୱର ରାଓ ଓ ଉପଡ଼ାକ ଅଧିକ୍ଷକ ଚି. ଜବାହାର ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଉଭୟ ଅତିଥି କର୍ମଚାରୀଙ୍କ ସହ ସାମିଲ ହୋଇ କାର୍ଯ୍ୟାଳୟ ପରିସର ସଫେଇ କରିଥିଲେ । ପରେ ଉପଡ଼ାକଘର ପରିସରରେ ଚାରା ରୋପଣ କରିଥିଲେ । ପରେ ଆୟୋଜିତ ସଭାରେ ଉଭୟ ଅତିଥି ବାପୁଜି ଏବଂ ଶାସ୍ତ୍ରୀଙ୍କ ସ୍ମୃତିଚାରଣ କରିବା ସହ କାର୍ଯ୍ୟାଳୟରେ ସ୍ୱଛତା ବଜାୟ, ଐକବ୍ୟବହାର୍ଯ୍ୟ ପ୍ଳାଷ୍ଟିକ ବର୍ଜନ, ଜଳ ସଂରକ୍ଷଣ ସକାଶେ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହା ସହ ଡ଼ାକ ଜନସେବାର ମନ୍ତ୍ର ନେଇ ଡ଼ାକସେବାକୁ ସହଜ ଲବ୍ଧ, ବ୍ୟାପକ ଏବଂ ଲୋକାଭିମୁଖୀ କରିବା ସକାଶେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଡ଼ାକ ଅଧ୍ୟକ୍ଷକ ଆହ୍ୱାନ ଜଣାଇଥିଲେ । ଏହି ଅବସରରେ ସଫେଇ କର୍ମର୍ଜାରୀଙ୍କୁ ସ୍ୱଛତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା ଓ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିଂଜିଳିକାଟୁ ଉପଡ଼ାକପାଳ, ଶାଖା ଉପଡ଼ାକପାଳଙ୍କ ସମେତ ଚାନ୍ଦୁଲି, ଖରିଡ଼ା, ସିକିରି, ରାଳବ, ନନ୍ଦିକ ଓ ପୁଟିଆପଦର ଶାଖା ଡ଼ାକଘରର ସମସ୍ତ କର୍ମଚାରୀ ଅଂଶଗ୍ରହଣ କରିଥିଲେ । ଶେଷରେ ସିମାଂଚଳ ମହାରଣା ଧନ୍ୟବାଦ ପ୍ରଦାନ କରିଥିଲେ ।

ADVERTISEMENT