ବିଭିନ୍ନ ପଂଚାୟତରେ ଗ୍ରାମ ସଭା ବୈଠକ

15

ହିିଞ୍ଜିଳିକାଟୁ, ୪/୧୦ (ଶେେଦେବ ସାହୁ ): ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ରାଜ୍ୟ ସରକାର ସମସ୍ତ ସହରାଂଚଳରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ହିଂଜିଳିକାଟୁ ପୌରାଂଚଳରେ ଉକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ବ୍ଳକର ସମସ୍ତ ପଂଚାୟତରେ ଗ୍ରାମ ସଭା ବୈଠକ ଅନୁଷ୍ଟିତ ହୋଇଥିଲା । ଖରିଡ଼ା ପଂଚାୟତ କାର୍ଯ୍ୟାଳୟ ଠାରେ ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସରଂପଚ ରଘୁନାଥ ବେହେରା ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ର୍ୟାଲି ଆୟୋଜନ କରି ଗ୍ରାମ ପରିକ୍ରମା କରିବା ସହ ସ୍ୱଛତା ବାର୍ତା, ଏକକ ବ୍ୟବହୃତ ପ୍ଳାଷ୍ଟିକ, ପଲିଥିନ, ଥର୍ମୋକୁୂଲ ଆଦି ନିଷିଦ୍ଧ ବର୍ଜ୍ୟବସ୍ତୁ ବ୍ୟବହାର ନକରିବା (ବ୍ୟର୍ଜନ )ସକାଶେ ଗ୍ରାମର ଜନସାଧାରଣଙ୍କୁ ସଚେତନ କରିଥିଲେ । ପିଇଓ ଶ୍ରୀ ପାତ୍ର ମହାତ୍ମା ଗାନ୍ଧୀଙ୍କ ଗ୍ରାମ ବିକାଶ, ସ୍ୱଛତା ଓ ଅଂହିସା ଉପରେ କହିଥିଲେ । ତାଙ୍କ ସୁଦୂର ପ୍ରସାରୀ ଗ୍ରାମ ବିକାଶ ଲକ୍ଷ୍ୟକୁ ମନରେଗା ଯୋଜନାରେ ଗୋଷ୍ଟୀଗତ ଓ ବ୍ୟକ୍ତିଗତ ଯୋଜନାକୁ ସରକାର କାର୍ଯ୍ୟକାରୀ କରୁଛନ୍ତି । ଗୋଷ୍ଟୀଗତ ଯୋଜନାରେ ମୋ ଫୋଖରୀ, ଚେକ୍ ଡ଼୍ୟାମ୍, ମୋ ଖଳା ଓ ଜଳ ସଂରକ୍ଷଣ ଆଦି ରହିଥିବା ବେଳେ ବ୍ୟକ୍ତିଗତ ଯୋଜନାରେ ମୋ ଗୁହାଳ, ଆବାସ ଗୃହ ଆଦି କାର୍ଯ୍ୟକାରୀ ହେଉଥିବା ସୂଚନା ଦେଇଥିଲେ । ଏହି ଉପଲକ୍ଷେ ଗ୍ରାମର ଉନ୍ନତି ସକାଶେ ବିଭିନ୍ନ ପ୍ରସ୍ତାବ ପ୍ରସ୍ତୁତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ କନିଷ୍ଟ ଯନ୍ତ୍ରୀ ଗୌର ମଛ, ଜିଆରଏସ ପ୍ରଶାନ୍ତ ନାହାକ,ସଭ୍ୟା ରାଣୀ ପ୍ରଧାନ, ୱାଡର଼୍ ସଭ୍ୟ, ସଭ୍ୟା, ଅଙ୍ଗନବାଡ଼ି, ଆଶା କର୍ମୀ ଓ ଏଏନଏମ ମାନେ ଉପସ୍ଥିତ ଥିଲେ । ଅନୁରୂପ ଭାବେ ପୋଚିଲିମା ପଂଚାୟତରେ ପିଇଓ ପୂର୍ଣ୍ଣଚନ୍ଦ୍ର ସାହୁ ,ସରଂପଚ ଭାଣ୍ଡି ରବିନ୍ଦ୍ର, ମକରଝୋଳ ପଂଚାୟତରେ ପିଇଓ ପ୍ରତାପ ସାହୁ , ସରଂପଚ ଜି, ଏରମା, କଂଚୁରୁ ଓ ଦୁର୍ବନ୍ଧ ପଂଚାୟତରେ ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ, ଦୟାପଲ୍ଲୀ ପଂଚାୟତରେ ପିଇଓ ଏସ ରାଜେଣ କୁମାର ରାଓ ଓ ସରଂପଚ ବି. ଆପେୟା, ଗଣ୍ଡଳା ପଂଚାୟତରେ ସରଂପଚ ଗୌରୀ ସାହୁ, ପୁଟିଆପଦରେ ପିଇଓ ମଧୁସୂଦନ ବିଷୋୟୀ ଓ ସରଂପଚ ମାଧୁରୀ ପାଣିଗ୍ରାହୀ, ନନ୍ଦିକରେ ପିଇଓ ବାସୁଦେବ ବେହେରା ଓ ସରଂପଚ ଲିଲିମାଳା ପ୍ରଧାନ, ସିକିରିର ପିଇଓ ଶିବରାମ ରଣା ଓ ସରଂପଚ ପ୍ରତିମା ବେହେରା ପ୍ରମୁଖ ଗ୍ରାମ ସଭା ବୈଠକରେ ଉପସ୍ଥିତ ଥିଲେ । ପଂଚାୟତ ସ୍ତରୀୟ ଅନୁଷ୍ଟିତ ଉକ୍ତ ବୈଠକ ସମସ୍ତ କନିଷ୍ଟ ଯନ୍ତ୍ରୀ, ଜିଆରଏସ, ୱାଡର଼୍ ସଭ୍ୟ, ସଭ୍ୟା ଅଙ୍ଗନବାଡ଼ି, ଆଶା କର୍ମୀ ଓ ଏଏନଏମ ମାନେ ଉପସ୍ଥିତ ଥିଲେ ।

ADVERTISEMENT