୨୮ବର୍ଷ ପରେ ମିଳିଲା ନ୍ୟାୟ,ଫେରି ପାଇଲେ ଚାକିରୀ

10

ଭୁବନେଶ୍ୱର, ୪/୧୦ (ଏଜେନ୍ସି ) : ରିକ୍ସା ଚାଳକଙ୍କୁ ୨୮ବର୍ଷ ପରେ ମିଳିଲା ଚାକିରି, ହାଇକୋର୍ଟ ଦେଲେ ନ୍ୟାୟ ଏହି ସମୟରେ ଯୋଗେଶଙ୍କ ପାଖରେ ରୋଜଗାରର ଅନ୍ୟ କିଛି ବିକଳ୍ପ ନଥିବାରୁ ସେ ରିକ୍ସା ଚଳାଇ ନିଜ ପେଟ ପୋଷୁଥିଲେ। କିନ୍ତୁ ଗତ ସପ୍ତାହରେ ହାଇକୋର୍ଟ ତାଙ୍କ ମାମଲାର ଶୁଣାଣି କରି ନ୍ୟାୟ ଦେଇଥିଲେ। ହାଇକୋର୍ଟ ନଗରନିଗମକୁ ଆଦେଶ ଦେଇଛନ୍ତି ଯୋଗେଶଙ୍କ ଚାକିରି ଫେରାଇ ଦେବାକୁ । ପ୍ରକାଶିତ ଖବର ମୁତାବକ, ଯୋଗେଶଙ୍କ ଓକିଲ ହାଇକୋର୍ଟରେ ନିଜ ପକ୍ଷ ରଖି କହିଥିଲେ, ଯୋଗେଶଙ୍କୁ ବିନା କୌଣସି କାରଣରେ ଚାକିରିରୁ ବାହାର କରି ଦିଆଯାଇଥିଲା । ଏଭଳି ଭାବେ ଚାକିରିରୁ ବାହାର କରିବା ଇଣ୍ଡଷ୍ଟି୍ରଆଲ ଡିଷ୍ଟପ୍ୟୁଟ ଆକ୍ଟ, ୧୯୪୭ର ଧାରା ୨୫ (ଏଫ୍‌)ର ଉଲଂଘନ ଥିଲା । ଯୋଗେଶ ଏହି ମାମଲା ୨୮ବର୍ଷ ଧରି ଲଢ଼ିବା ପରେ ଯାଇ ତାଙ୍କୁ ନ୍ୟାୟ ମିଳିଛି ।

ADVERTISEMENT