ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଟ୍ରାଫିକ୍ ନିୟମ କଡାକଡି

12

ଭୁବନେଶ୍ୱର, ୪/୧୦ (ଏଜେନ୍ସି) : ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରରେ ଲୋକଙ୍କ ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‌ କମିଶନରେଟ୍‌ ପକ୍ଷରୁ ଭାରି ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଆଜିଠୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ। ଅଧିକ ସଂଖ୍ୟକ ଗାଡ଼ି ଚଳପ୍ରଚଳକୁ ନେଇ ଅପରାହ୍ଣ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି । କୌଣସି ପ୍ରକାରର ଭାରି ଯାନ ନିମ୍ନୋକ୍ତ ରାସ୍ତାରେ ଏହି ଦିନ ଗୁଡ଼ିକରେ ଓ ଏହି ସମୟରେ ଚଳପ୍ରଚଳ କରିବା ପାଇଁ କଟକଣା ଜାରି କରାଯାଇଛି ।ଖଣ୍ଡଗିରି ଛକରୁ ଜାଗମରା, ଗଣ୍ଡମୁଣ୍ଡା ମଧ୍ୟଦେଇ ପୋଖରୀପୁଟ ଛକ ପର୍ଯ୍ୟନ୍ତ (ଉଭୟ ପାର୍ଶ୍ୱ)…ଜୟଦେବ ବିହାର ଛକ ଠାରୁ ଜାଭିୟର, କଳିଙ୍ଗ ହସ୍ପିଟାଲ୍‌, ଡମଣା, ପଟିଆ ଦେଇ ନନ୍ଦନକାନନ ପର୍ଯ୍ୟନ୍ତ (ଉଭୟ ପାର୍ଶ୍ୱ)…..ଆଚାର୍ଯ୍ୟ ବିହାର ଛକ ଠାରୁ ନିକୋପାର୍କ, ପଟେଲ ମାର୍ଗ ଛକ, ହାଉସିଂ ବୋର୍ଡ, ରବୀନ୍ଦ୍ର ମଣ୍ଡପ, ଏ.ଜି. ଛକ ଦେଇ ନୂଆ ଏୟାରପୋର୍ଟ ଛକ ପର୍ଯ୍ୟନ୍ତ (ଉଭୟ ପାର୍ଶ୍ୱ)…ଇତ୍ୟାଦି।



ADVERTISEMENT