ଜିଲ୍ଲା ପୋଲିସ ସ୍ତରରେ ବଡ ଧରଣର ଅଦଳବଦଳ

14

ଭୁବନେଶ୍ୱର, ୪/୧୦ (ଏଜେନ୍ସି) : ଜିଲ୍ଲା ପୋଲିସରେ କାର୍ଯ୍ୟରତ ୪ ଥାନା ଅଧିକାରୀଙ୍କ ସମେତ ୩୧ ଜଣ ସବଇନ୍ସପେକ୍ଟର ଓ ଏଏସ୍‌ଆଇଙ୍କୁ ବୁଧବାର ଆରକ୍ଷୀ ଅଧୀକ୍ଷକ ଜଗମୋହନ ବଦଳି ଆଦେଶ ପ୍ରଦାନ କରିଛନ୍ତି । ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ବଦଳି ଆଦେଶ ମୁତାବକ, ନାଲକୋ ଥାନା ଅଧିକାରିଣୀ ଗୀତାଞ୍ଜଳି ସାହୁଙ୍କର ବନ୍ତଳାକୁ ବଦଳି ହୋଇଥିବା ବେଳେ ତାଙ୍କ ସ୍ଥାନରେ ପୁଲିସ ମୁଖ୍ୟାଳୟରୁ ଇନ୍ସପେକ୍ଟର ସରୋଜିନୀ ସାମ୍ବାଡ଼ଙ୍କର ନାଲକୋ ଥାନା ଅଧିକାରିଣୀ ଭାବେ ବଦଳି ହୋଇଛି । ସେହିପରି ବନ୍ତଳା ଥାନା ଅଧିକାରୀ ଇନ୍ସିପେକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କର ଜରପଡ଼ା ଥାନ ଅଧିକାରୀ ଭାବେ ବଦଳି ହୋଇଛି । ନିଶା ଥାନା ଅଧିକାରିଣୀ ପୂର୍ବରୁ ଜରପଡ଼ା ଥାନାକୁ ବଦଳି ହୋଇଥିଲେ । ପୂର୍ବ ବଦଳି ଆଦେଶକୁ ବାତିଲ କରାଯାଇ ଏନଟିପିସି ଥାନା ଅଧିକାରିଣୀ ଭାବେ ଅବସ୍ଥାପିତ କରାଯାଇଛି । ସବଇନ୍ସପେକ୍ଟର ସ୍ତରରେ ଅନୁପମା ପାତ୍ରଙ୍କର ନାଲକୋ ଥାନାରୁ ବନ୍ତଳା ଥାନା, ସଂଘମିତ୍ରା ଶତପଥିଙ୍କର ନାଲକୋରୁ ଛେଣ୍ଡିପଦା, ବିଜୟ କୁମାର ସ୍ବାଇଁଙ୍କର ଛେଣ୍ଡିପଦାରୁ ନାଲକୋ ଥାନା, ବରେନ୍ଦ୍ର ମୋହନ ପଟ୍ଟନାୟକଙ୍କର ଜରପଡ଼ା ଥାନାରୁ ତାଳଚେର ଥାନା, ଗୋଲବିଦିନ ମାଝିଙ୍କର ତାଳଚେର ଥାନାରୁ ଅନୁଗୋଳ ଥାନା, ଯମୁନା ମାରାଣ୍ଡିଙ୍କର ଏନଟିପିସିରୁ ଅନୁଗୋଳ ଥାନା, ମାନସ କୁମାର ମହାକୁଡ଼ଙ୍କର କଣିହାଁ ଥାନାରୁ ତାଳଚେର ଥାନା, ବିନୋଦ ବିହାରୀ ଗଡ଼ନାୟକଙ୍କର ପାଳଲହଡ଼ା ଥାନାରୁ ନିଶା ଥାନା, ଏହି କ୍ରମରେ ଅଦଳ ବଦଳ ହୋଇଥିଲା ।

ADVERTISEMENT