ପାଣିପାଗ ବିଭାଗର ସୂଚନା, ୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

26

ଭୁବନେଶ୍ୱର, ୪/୧୦,(ଏଜେନ୍ସି) : ଆସନ୍ତା ୬ ତାରିଖଠାରୁ ପାଗରେ ପରିବର୍ତନ ଆସିବ। ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗିରହିବ। ନବମୀ ଓ ଦଶମୀ ତଥା ଦଶହରାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ବିହାର ଓ ପୂର୍ବ ଉତ୍ତର ପ୍ରଦେଶରେ ଥିବା ଲଘୁଚାପ ବଳୟର ପ୍ରକୋପ ଶୁକ୍ରବାର ଠାରୁ କମିବ। ୬ ତାରିଖ ବେଳକୁ ପଶ୍ଚିମବଙ୍ଗ, ଓଡ଼ିଶା ଉପରେ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।

ADVERTISEMENT