ତହସିଲଦାର-ବିଧାୟକ ସାମ୍ନା ସାମ୍ନି: ଧାରଣାରେ ବସିଲେ ବିଧାୟକ

15

ବାଲେଶ୍ଵର, ୪/୧୦ (ଏଜେନ୍ସି ) : ବାଲେଶ୍ଵର ଜିଲ୍ଲା ନୀଳଗିରି କଚେରୀ ପରିସରରେ ମୋହରିରମାନେ ଚାଳିଆ କରି ବସିଥିବା ବେଳେ ଆଜି ସେଗୁଡିକୁ ନୀଳଗିରି ତହସିଲଦାର ଓ ସହକାରୀ ଜିଲ୍ଲାପାଳ ମେସିନ ସାହାଯ୍ୟରେ ଭାଙ୍ଗିବା ନେଇ ଘଟଣା ଉଗ୍ରରୂପ ନେଇଛି । ଆଜି ସକାଳେ ହଠାତ୍ ଏହା ଭାଙ୍ଗିବାକୁ ବିରୋଧ କରି ସ୍ଥାନୀୟ ବିଧାୟକ ସୁକାନ୍ତ ନାୟକ ଥଇଥାନ ନକରି କାହିଁକି ଭାଙ୍ଗୁଛ ବୋଲି ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ବଚସା ଲାଗିଥିଲା । ଭଙ୍ଗା ବନ୍ଦ ହେବାପରେ ବିଧାୟକଙ୍କୁ ସରକାରୀ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି।

ADVERTISEMENT