ବସ୍ ଦୁର୍ଘଟଣାରେ ୬ଜଣ ଯାତ୍ରୀ ଗୁରୁତର

7

ବାଲେଶ୍ଵର, ୪/୧୦ (ଏଜେନ୍ସି) : ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପଣପଣା ନିକଟରେ ଟ୍ରକ୍ ଓ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଯାତ୍ରୀବାହୀ ବସ୍‌ଟି ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବା ବେଳେ ପଣପଣା ନିକଟରେ ଗୋଟିଏ ଟ୍ରକ୍ ସହ ଧକ୍କା ହୋଇଥିଲା। ଟ୍ରକ୍‌ର ଇଂଜିନ ହଠାତ୍ ଖରାପ ହୋଇଯିବା ଯୋଗୁଁ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପଛପଟୁ ଯାଉଥିବା ବସ୍ ଟ୍ରକକୁ ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି।

ADVERTISEMENT