ବ୍ରହ୍ମପୁର ଶିଳ୍ପାଞ୍ଚଳ ଓଭରବ୍ରିଜ଼କୁ ଲୋକାର୍ପଣ ପାଇଁ : ଜିଲ୍ଲା ସାମ୍ବାଦିକ ପକ୍ଷରୁ ସ୍ମାରକ ପତ୍ର

17

ବ୍ରହ୍ମପୁର, ୪/୧୦ (ଏଜେନ୍ସି): ଗୁରୁବାର ଦିନ ସାମୁହିକ ସ୍ୱାର୍ଥକୁ ଜିଲା ପ୍ରଶାସନ ପାଖରେ ଉପସ୍ଥାପିତ କରି ତାର ତୁରନ୍ତ ସମାଧାନ ପାଇଁ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଇଞ୍ଜିନିୟରିଙ୍ଗ ଛକ ଠାରୁ ଶିଳ୍ପାଞ୍ଚଳ ଓଭରବ୍ରିଜ଼କୁ ତୁରନ୍ତ ଲୋକାର୍ପଣ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି । ସର୍ବାଧିକ ବ୍ୟସ୍ତ ବହୁଳ ଇଞ୍ଜିନୟରିଙ୍ଗ ସ୍କୁଲ ଠାରୁ ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତାରେ ନିୟମିତ ଦୁର୍ଘଟଣା ଓ ରେଳ ଫାଟକକୁ ଦୃଷ୍ଟିରେ ରଖି ଗତ ଦୁଇ ବର୍ଷ ପୂର୍ବେ ଓଭର ବ୍ରିଜ଼ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହାର ସମ୍ପୂର୍ଣ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ବ୍ୟବହାର କରାଯାଉ ନାହିଁ । ଯେଉଁ ଅସ୍ଥାୟୀ ରାସ୍ତା ଦେଇ ଗମନାଗମନ ହେଉଛି, ସେହି ରାସ୍ତାର ଅବସ୍ଥ ଶୋଚନୀୟ ହୋଇ ପଡ଼ିଥିବାରୁ ନିୟମିତ ଦୁର୍ଘଟଣା ମାନ ଘଟି ଚାଲିଛି । ଉପରୁ ପାଣି ପଡୁ ଥିବାରୁ ପଥଚାରୀ ମାନେ ହଇରାଣ ହରକତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ସ୍ମାରକପତ୍ର ପ୍ରଦାନ ସମୟରେ ଟି. ସତୀଶ କୁମାର ପାତ୍ର ଡ଼ଃ ଗୁଣାକାର ରଥ, ଜୟରାମ ମହାରଣା, କାଳି ଦାସ ,ମାନସ ଦାସ , ସନ୍ତୋଷ କୁମାର ପାଢି, ଶ୍ରୀମତୀ ସରିତା ପଣ୍ଡା , ପ୍ରମୁଖ ପ୍ରତିନିଧି ମାନେ ଯୋଗଦେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବଙ୍କ ଦାବିପତ୍ର ପ୍ରଦାନ କରିଥିଲେ ।

ADVERTISEMENT