ଅନଲାଇନରେ ଗାଡ଼ି ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ କାର୍ଯ୍ୟକ୍ରମ

6

ଭୁବନେଶ୍ବର,୫/୧୦(ଏଜେନ୍ସି ) : କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂତନ ମୋଟର ଯାନ ଆଇନ କାର୍ଯ୍ୟକାରୀ ହେବା ପରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। କେବଳ ସେପ୍ଟେମ୍ବରରେ ରାଜ୍ୟର ୨୪୦ଟି ଗାଡି ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ୨ଲକ୍ଷ ୨୩ହଜାର ଜଣ ଗାଡିର ପଲ୍ୟୁସନ (ପ୍ରଦୂଷଣ) ପ୍ରମାଣପତ୍ର ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନେଇଛନ୍ତି ବୋଲି ବାଣିଜ୍ୟ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁଯାୟୀ ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପରିବହନ ଓ ପୁଲିସ ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡ଼ି କରାଯାଇଥିଲା। ପ୍ରଦୂଷଣ ସାର୍ଟିଫିକେଟ ପାଇବା ପାଇଁ ଲୋକେ ପଲ୍ୟୁସନ କେନ୍ଦ୍ରରେ ନାହିଁ ନଥିବା ଭିଡ ଜମାଇଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ମାସ ପାଇଁ ଯାଞ୍ଚ ପ୍ରକ୍ରିୟାକୁ କୋହଳ କରିଛନ୍ତି। ଏହି ସମୟ ମଧ୍ୟରେ ଗାଡିର ସମସ୍ତ ପ୍ରମାଣପତ୍ର ଯୋଗାଡ କରିବାକୁ ପରାମର୍ଶ ଦେଇଛନ୍ତି। ପଲ୍ୟୁସନ ପ୍ରମାଣପତ୍ର ଗାଡି ଚାଳକମାନଙ୍କୁ ଯୋଗାଇ ଦେବାକୁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି। ଭିଡ଼କୁ ଦୃ​‌ଷ୍ଟିରେ ରଖି ରାଜ୍ୟରେ ୧୨୩ଟି ନୂତନ ପଲ୍ୟୁସନ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ରାଜ୍ୟ ପରିବହନ ବିଭାଗ ଅନୁମତି ଦେଇଛି।

ADVERTISEMENT