କେନ୍ଦ୍ରାପଡାରେ ଡବଲ ଏନକାଉଣ୍ଟର

11

କେନ୍ଦ୍ରାପଡା,୫ା୧୦(ଏଜେନ୍ସି) : କେନ୍ଦ୍ରାପଡାରେ ଡବଲ ଏନକାଉଣ୍ଟର । ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧି ଅନନ୍ତ ପ୍ରସାଦ ଜେନା ଓ ପ୍ରଭାତ କୁମାର ନାୟକଙ୍କୁ ଏନକାଉଂଟର କରିଛି ପୁଲିସ । ମାର୍ଶାଘାଇ ଥାନା ଅଂଚଳର କଳାପୋଲ ନିକଟରେ ପୁଲିସ ଦୁଇ ଅପରାଧୀଙ୍କୁ ଏନକାଉଂଟର କରିଛି । ଏହି ଅପରାଧିମାନେ ଗତ ମାସରେ କେନ୍ଦ୍ରାପଡାର ଯୁବ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କୁ ମାର୍ଶାଘାଇ ଥାନା ଅଂଚଳର ମାନ୍ତିରିଠାରେ ଗୁଳିକରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ମାମଲାରେ ପୋଲିସ ପୁର୍ବରୁ ୯ ଜଣଙ୍କୁ ଗିରଫ କରିଥିବା ବଳେ ମୁଖ୍ୟ ଅଭିଯୁକ୍ତ ଭେଲୁ ଓରଫ ଅନନ୍ତ ପ୍ରସାଦ ଜେନା ଫେରାର ରହିଥିଲା ।

ADVERTISEMENT