ଜେଲରୁ ଜାମିନରେ ଆସିବା ପରେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ପ୍ରକାଶ କଲେ ପର୍ଶୁରାମ ଦାଶ ……

10

ଅନୁଗୁଳ,୫ା୧୦(ଏଜେନ୍ସି) ; ମୁଁ ଦୋଷୀ କି ନିର୍ଦ୍ଧୋଷ ତା ତ ବିଚାର ବିଭାଗ କହିବ । ଯେହେତୁ ଆମ ନାମରେ ଅଭିଯୋଗ ହୋଇଛି ସେଥିପାଇଁ ମୁଁ ମୋର ନିର୍ଦ୍ଧୋଷତାକୁ ଆପଣଙ୍କ ନିକଟରେ ପ୍ରମାଣିତ କରିପାରିବି ନାହିଁ । ତେବେ ମୁଁ ବ୍ୟକ୍ତିଗତ ଭାବେ ଜୀବନରେ କାହାକୁ ସେବା ଦେଇ ସେ ବାବାଦକୁ ଏକ ପଇସା ବି ନେଇନାହିଁ । ଏହା ମୋର ଦୃଢୋକ୍ତି । ସମୟର ଚକ୍ରରେ ଏକ ଷଡଯନ୍ତ୍ରର ଶିକାର ହୋଇଯାଇଅଛୁ । ତେବେ ଇଶ୍ଵର ଏହାର ଯଥୋଚିତ ବିଚାର କରିବେ । ମୋତେ ବା ଆମ ମାନଙ୍କୁ ବିଶ୍ୱାସ କରିବା ସହିତ ଏତେ ଭଲପାଇବା ଦେଇ ଆମପାଇଁ ନ୍ୟାୟ ଭିକ୍ଷା ନିମନ୍ତେ ପ୍ରଶାସନର ଦ୍ବାରସ୍ଥ ହୋଇଥିବା ସମସ୍ତ ନେତୃମଣ୍ଡଳୀ, ବୁଦ୍ଧିଜୀବୀ, ବରିଷ୍ଠ ତଥା ସଚେତନ ନାଗରିକ, ସଖା ସହୋଦର, ପରିବାର, ପରିଜନ, ଯୁବସାଥି ଗଣ,ମୁଁ ବ୍ୟକ୍ତିଗତ ସ୍ତରରେ ଆପଣ ମାନଙ୍କ ନିକଟରେ କୃତଜ୍ଞ । ଏହି କୃତଜ୍ଞତା ତ ମୁଁ ସାକ୍ଷାତ ସମୟରେ ଦେବୀ ନିଶ୍ଚିତ । ତେବେ ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ମୋର କୃତଜ୍ଞତା ଜଣାଉଅଛି । ଆଉ ଆପଣ ମାନଙ୍କ ଏହି ବିଶ୍ବାସକୁ ମୁଁ ଜୀବନଥିବା ପର୍ଯ୍ୟନ୍ତ ବଞ୍ଚେଇ ରଖିବିକୁ ଚେଷ୍ଟା ମଧ୍ୟ କରିଵି । ସମାଜ ପାଇଁ କାମ କଲେ ଏହି ଭଳି ଝଢଝଞ୍ଜା ଆସିଥାଏ । ତେବେ ସେଥିରେ ଭାଙ୍ଗିନଯାଇ କିଛି ଦିନର ବିଶ୍ରାମ ପରେ ପୂର୍ବବତ ସମାଜର ସେବା କରିବାର ପ୍ରୟାସ ଜାରି ରହିବ । ଆଶା ଓ ବିଶ୍ୱାସ ଇଶ୍ଵର ନିଶ୍ଚିତ ସତ୍ୟ ବା ନ୍ୟାୟର ସାଥ୍ ଦେଵେ । ଏଣୁ ଆପଣ ମାନଙ୍କୁ ମୋର ଗୋଟିଏ ଅନୁରୋଧ ଆଗାମୀ ଦିନପାଇଁ ଆପଣ ମାନେ ମାର୍ଗଦର୍ଶନ ଦେଲେ ଆମେ ସେହି ରାସ୍ତା ଦେଇ ଚାଲିବାକୁ ଚେଷ୍ଟା ବା ପ୍ରୟାସ କରିବୁ ।ଆପଣଙ୍କ ସହଯୋଗ ଭଲପାଇବା ପାଇଁ ମୁଁ ପୁନର୍ବାର ସମସ୍ତ ଅନୁଗୁଳ ଜିଲ୍ଲାବାସୀଙ୍କ ନିକଟରେ କୃତଜ୍ଞ୍ ଅଟେ ।

ADVERTISEMENT