ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ୬ମାସ କାରାଦଣ୍ଡାଦେଶ

16

  ବାଲିଗୁଡା,୫ା୧୦(ଟିକି ଦଣ୍ଡିଆ) : ଜଣେ ଦିନ ମଜୁରିଆ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗର ବିଚାର କରି ବାଲିଗୁଡା ଏସଡିଜେଏମ ସୌମ୍ୟ ସ୍ୱରୂପ ସାହୁ  ଅଭିଯୁକ୍ତ ବିରୁପାକ୍ଷ ଦଣ୍ଡିଆଙ୍କୁ ୬ମାସ କାରାଦଣ୍ଡାଦେଶ ସହ ୨ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି l ମାମଲାର ବିବରଣୀ ରୁ ପ୍ରକାଶ ଯେ, ୨୦୦୩ମସିହାରେ  ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ଗ୍ରାମର ବିରୁପାକ୍ଷ ଦଣ୍ଡିଆ ଉକ୍ତ ଗ୍ରାମର ଜଣେ ଦିନ ମଜୁରିଆ ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ବିଷୟ ଜି.ଆର କେଶ ନଂ. ୧୮୯/୨୦୦୩ ପ୍ରକାରେ ସାରଙ୍ଗଗଡ ଥାନାରେ ଯୁବତୀର ପରିବାର ପକ୍ଷରୁ ଏତଲା  ଦିଆଯାଇଥିଲା l ଏହି ମାମଲାର ବିଚାର କରି ଏସଡିଜେଏମ ସୌମ୍ୟ ସ୍ୱରୂପ ସାହୁ ଅଭିଯୁକ୍ତ ବିରୁପାକ୍ଷକୁ ଦୋଷୀ ସାବ୍ୟସ୍ତ କରି ୬ମାସ କାରାଦଣ୍ଡାଦେଶ ସହ ୨ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି l ଏହି ମାମଲାକୁ ସରକାରଙ୍କ ତରଫରୁ ଓକିଲ ଅବନୀ କୁମାର ପଟ୍ଟନାୟକ  ପରିଚାଳନା କରିଥିଲେ l

ADVERTISEMENT