ମା’ ଦୁର୍ଗାଙ୍କ ଶାରଦୀୟ ନଵରାତ୍ରି ଉତ୍ସଵ ପାଳିତ

16

ବ୍ରହ୍ମପୁର,୬।୧୦(ଗୁରୁ ପ୍ରସାଦ) : ମା’ ଦୁର୍ଗାଙ୍କ, ପଵିତ୍ର ଶାରଦୀୟ ନଵରାତ୍ରି ପୂଜାର୍ଚ୍ଚନା ଅଵସରରେ,ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଆଧ୍ୟାତ୍ମିକ ମାର୍ଗଦର୍ଶକ ଓ ସିଧ୍ଧ ସାଧକ, ଗୁରୁଜୀ ,ଶ୍ରୀ ଶ୍ରୀ କ୍ରୀଷ୍ଣା ଭୈୟାଜୀ ମହାରାଜ୍ ଙ୍କ ମାନସ ପୁତ୍ର,”ସ୍ୱଶକ୍ତି ଜାଗରଣ ସେଵା ସଙ୍ଗ୍ ସ୍ଥାନ”,ଆନୁକୂଲ୍ୟରେ,ଵ୍ରହ୍ମପୁରର ସହର ପ୍ରାଙ୍ଗଣରେ,ଜଗଜ୍ଜନନୀ,ମହୀଷାସୁର ମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଶାରଦୀୟ ନଵରାତ୍ରି ଉତ୍ସଵ,ପାଳିତ ହେଉଛି ।ଏହି ଅଵସରରେ ପ୍ରତ୍ୟହ,ଘୃତଯଞ,ଅନ୍ନଯଞ ସହ ଆଧ୍ୟାତ୍ମିକ ଆଲୋଚନା,ପ୍ରଵଚନ ଓ ଭଜନ, କୀର୍ତ୍ତନ ଅନୁଷ୍ଠିତ ହେଉଅଛି । ଏହି ମହାପର୍ଵ,ଆସନ୍ତା ସୋମବାର,ମହାନଵମୀ ତା:07.10.2019,ଅପରାହ୍ନ ଏକ ଘଟିକା ସମୟରେ ଉଦ୍ ଯାପିତ ହେବ। ଏହି ନଵରାତ୍ରି ପୂଜାର୍ଚ୍ଚନା ର ପାଵନ ଆଧ୍ୟାତ୍ମିକ ଜାହ୍ନଵୀରେ ଅଵଗାହନ କରି, ଆତ୍ମଶକ୍ତି ଜାଗରଣ ସହ, ମାନଵିକତା ର ଉତ୍ତରଣରେ ସମସ୍ତେ ସହଭାଗୀ ହୁଅନ୍ତୁ । ଜୟ ମାତେଶ୍ୱରୀ

ADVERTISEMENT