ତେଲେଙ୍ଗନାରେ ବିମାନ ଦୁର୍ଘଟଣା : ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି

15

ହାଇଦ୍ରାବାଦ,୬।୧୦(ଏଜେନ୍ସି): ରବିବାର ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ସୁଲତାନପୁରରେ ଏହି ଅଘଟଣ ଘଟିଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ପ୍ରଶିକ୍ଷଣ ବିମାନ ଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାର ଶିକାର ହୋଇ ବିମାନଟି ତଳେ ଖସିପଡ଼ିବା ପରେ ସ୍ଥାନୀୟ ଲୋକମାନେ ଆସି ମୃତକଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାର କାରଣ ଏଯାବତ୍ ଅସ୍ପଷ୍ଟ ରହିଛି।

ମୃତ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କ ନାମ ପ୍ରକାଶ ବିଶାଲ ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣଙ୍କ ମହିଳା ପାଇଲଟ ରହିଛନ୍ତି। ହେଲେ ତାଙ୍କ ନାମ ଜଣାପଡ଼ି ନାହିଁ। ବିଶାଲ ନୂଆ ନୂଆ ବିମାନ ଉଡ଼ାଇବା ପାଇଁ ପ୍ରଶିକ୍ଷଣ ନେଉଥିଲା ବୋଲି ଜଣାପଡ଼ିଛି। ବିଶାଲ ବିକାରାବାଦ ଜିଲ୍ଲାର ସୁଲତାନପୁର ଗାଁ ଉପରେ ବିମାନ ଉଡ଼ାଉ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲା।

ADVERTISEMENT