ମା ରାମଚଣ୍ଡୀଙ୍କ ପୀଠରେ ନବରାତ୍ର ପୂଜା

8

ଛତ୍ରପୁର,୬।୧୦(ଗୁରୁ ପ୍ରସାଦ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ବିଜେ କରିଛନ୍ତି ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ମା ରାମଚଣ୍ଡୀ । ପାହାଡ ଉପରକୁ ଯାଇ ମାଙ୍କ ଦର୍ଶନ କରିବା ପାଇଁ ବହୁ ଭକ୍ତ ଏଠାକୁ ଧାଇଁ ଆସିଥାନ୍ତି । ପରମ୍ଫରା ଅନୁସାରେ ମା ରାମଚଣ୍ଢୀଙ୍କୁ ଭକ୍ତିର ସହିତ ଡାକିଲେ ମା ଭକ୍ତର ସବୁ ଦୁଃଖ କଷ୍ଠକୁ ହରଣ କରିନେଇଥାନ୍ତି ଓ ମନସ୍କାମନା ପୁର୍ଣ୍ଣ କରିଥାନ୍ତି । ଦଶହରା ପାଇଁ ସବୁ ଶକ୍ତି ପୀଠରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏଠାରେ ଆଜି ଅଷ୍ଠମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପୂଜା ଦେଖିବା ପାଇଁ ବହୁ ଭକ୍ତ ଆଜି ମନ୍ଦିର ପରିସରରେ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଆଜି ରୀତିନିତି ପ୍ରକାରେ ମାଙ୍କ ପୂଜାର୍ଚ୍ଚନା କରାଯାଇ ମାଙ୍କ ଆଳତୀ କରାଯାଇଥିଲା । ତେବେ ଏହି ପୂଜା ଗତ ୮ ଦିନ ଧରି ଚାଲିଥିବା ବେଳେ ଆହୁରି ୨ ଦିନ ଧରି ଚାଲୁ ରହିବ ବୋଲି ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି । ମାଙ୍କ ଏହି ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିବା ବେଳେ ସୁନ୍ଦର ଆଲୋକ ମାଳାରେ ମନ୍ଦିର ପରିସର ସୁସଜ୍ଜିତ ହୋଇଥିଲା ।

ADVERTISEMENT