ହିଞ୍ଜିଳିରେ ସିରିଜ ଚୋରୀ ପ୍ରଶାସନ ନିରବ ଦ୍ରଷ୍ଟା :

13

ହିଂଜିଳିକାଟୁ, ୩୧ା୮(ଶେଷଦେବ ସାହୁ ) : ହିଂଜିଳିକାଟୁ ମ୍ୟୁନିସପାଳଟି ଅର୍ନ୍ତଗତ ଆଙ୍କୋରଡ଼ା ଗ୍ରାମରେ ଗୁରୁବାର ରାତିରେ ୫ଟି ଘରର ବାରି କବାଟ ଭାଙ୍ଗି ଚୋରୀ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ତେବେ ଗ୍ରାମର ବିପ୍ର ଚରଣ ସ୍ୱାଇଁଙ୍କ ବାରି କବାଟ ଭାଙ୍ଗି ୨ଗୋଟି ମୁଦି, ୧୪ହଜାର ୭ଶହ ଟଙ୍କା ଚୋରୀ ହୋଇଥିବା ଓ ପୁତ୍ର ବଧୁଙ୍କ ବେକରୁ ମଙ୍ଗଳସୁତ୍ର ନେଇଥିବା ଅଭିଯୋଗ ହୋଇଛି । ଗ୍ରାମର ସୁବାସ ଚନ୍ଦ୍ର ସାମନ୍ତରା ,ଶତୃଘ୍ନ ନାହାକ, ଶିଶିର ସ୍ୱାଇଁ ଓ ତ୍ରିନାଥ ନାହାକଙ୍କ ଘରକୁ ଦୁବୃର୍ତ ମାନେ ଚୋରୀ ପାଇଁ ଉଦ୍ୟମ କରିଥିବା ଜଣା ପଡ଼ିଛି । ୩ଜଣ ଦୁବୃର୍ତ ଏପରିକାଣ୍ଡ କରିଥିବା ଗ୍ରାମବାସୀ ସ୍ୱାଇଁ ଅଭିଯୋଗ କରିଛନ୍ତି । ଏଥିନେଇ ବିପ୍ର ହିଂଜିଳି ଥାନାରେ ଶୁକ୍ରବାର ଅଭିଯୋଗ କରିଛନ୍ତି । ତେବେ ଶନିବାର ଖବର ଲେଖାସୁଦ୍ଧା ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଥିବା ପ୍ରକାଶ କରିଛି । ଅନ୍ୟ ପକ୍ଷରେ ସିରିଜ ଚୋରୀ ଘଟଣା ପରେ ଅଂଚଳରେ ଭୟର ବାତାବରଣ ଦେଖା ଦେଇଛି ।

ADVERTISEMENT