ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଆକ୍ରମଣ

32

କେନ୍ଦ୍ରାପଡ଼ା,୬।୧୦(ଏଜେନ୍ସି ) : ବିରୂପା ନଦୀ କୂଳରେ ଗାଈ ଚରାଉଥିବା ବେଳେ ଜଣେ ଯୁବକକୁ କୁମ୍ଭୀର ଟାଣିନେଇଥିଲା। ମାତ୍ର ସୌଭାଗ୍ୟ ବସତଃ ତାଙ୍କ ଜୀବନ ବଞ୍ଚି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।। ସେ ବ୍ୟକ୍ତି ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା ଆଜି ବିରୂପା ନଦୀ କୂଳରେ ଗାଈ ଚରାଉଥିଲେ। ସେହି ସମୟରେ ନଦୀ ପଠାରେ ଶୋଇଥିବା ଗୋଟିଏ କୁମ୍ଭୀର ତାଙ୍କ ବାମ ଗୋଡ଼କୁ ଝାମ୍ପି ନେଇଥିଲା। ତେବେ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଚାଲିଆସିବାରୁ କୁମ୍ଭୀରଟି ପାଣିକୁ ଚାଲି ଯାଇଥିଲା।

ADVERTISEMENT