ଉପରାଷ୍ଟ୍ରପତି ‘ସମାଜ’ର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବାପରେ ଆଜି ଦିଲ୍ଲୀ ଫେରିଗଲେ

36

ଭୁବନେଶ୍ୱର, ୭/୧୦( ଏଜେନ୍ସି ) : ମହାମହିମ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଆଜି ଦୈନିକ ଖବରକାଗଜ ‘ସମାଜ’ର ଶତବାର୍ଷିକୀ ଉତ୍ସବରେ ଯୋଗ ଦେବା ନିମନ୍ତେ ଅପରାହ୍ନ ୩ଟା ୧୫ରେ କଟକ ଅଭିମୁଖେ ଯାଇ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।।ଏହାପରେ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ସନ୍ଧ୍ୟା ୬ଟା ୧୫ରେ ଦିଲ୍ଲୀ ଫେରିଯାଇଛନ୍ତି।
ଉପରାଷ୍ଟ୍ରପତି ସ୍ବତନ୍ତ୍ର ବିମାନ ଯୋଗେ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଥିଲେ। ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୋଲିସ ଡିଜି ବି.କେ. ଶର୍ମା ଓ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବାଗତ କରିଥିଲେ। ଏହାପରେ ଉପରାଷ୍ଟ୍ରପତି ସିଧା କିଟ୍‌ଠାରେ ଚାଲିଥିବା ବିଶ୍ୱ କବି ସମ୍ମିଳନୀର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ୧୨ଟା ୧୫ରେ ରାଜଭବନରେ ପହଞ୍ଚତ୍ ରାଜ୍ୟପାଳଙ୍କ ସହ କିଛି ମୁହୂର୍ତ୍ତ ବିତାଇଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଭାଜପା ନେତାଙ୍କ ଗହଣରେ ଉପରାଷ୍ଟ୍ରପତି ଏକ ପୁସ୍ତକ ଉନ୍ମୋଚନ କରିଥିଲେ। ମଧ୍ୟାହ୍ନଭୋଜନରେ ନାଇଡୁ ଓଡ଼ିଆ ଖାଦ୍ୟ ଖାଇ ବିଶ୍ରାମ ନେଇଥିଲେ। ପରେ ସନ୍ଧ୍ୟା ୬ଟା ୧୫ରେ ଭୁବନେଶ୍ୱର ଫେରି ସ୍ବତନ୍ତ୍ର ବିମାନଯୋଗେ ଦିଲ୍ଲୀ ଯାତ୍ରା କରିଥିଲେ। ଉପରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଯାତାୟାତ ସମୟରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଥିଲା।

ADVERTISEMENT