ବାଲିଗୁଡା ଦୁର୍ଗା ପୂଜା ଅଷ୍ଟମୀ ତିଥି ଉପଲକ୍ଷେ : ଡ୍ୟାନ୍ସ ପ୍ରତିଯୋଗିତା

16

ବାଲିଗୁଡା,୭/୧୦(ସୁରେଶ ପଣ୍ଡା ) : ପବିତ୍ର ଅଷ୍ଟମୀ ପୂଜା ଉପଲକ୍ଷେ ଚଳ ଚଞ୍ଚଳ ହୋଇ ଉଠୁଛି ବାଲିଗୁଡା ସହର, ଏପଟେ ଜଗତ ଜନନୀ ମା ଦୁର୍ଗାଙ୍କର ପୂଜା ଆରାଧନା ଚାଲିଥିବା ବେଳେ ଆରପଟେ ରଂଗା ରଙ୍ଗ ସଂସ୍କୃତିକ କାଯ୍ୟକ୍ରମ ପରିବେଶକୁ ଆହୁରି ରଙ୍ଗୀନ ଓ ମନ ମୁଗ୍ଧକର କରି ଦେଉଛି l ବାଲିଗୁଡା କୋଳି ଛକ ଠାରେ ଜିଲ୍ଲା ସ୍ତରୀୟ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା ଏହି ପ୍ରତିଯୋଗିତାରେ କୁନି କୁନି ଛାତ୍ର ଛାତ୍ରୀ ଭାଗନେଇଥିଲେ l ଏହି ପ୍ରତିଯୋଗିତାରେ ଅନେକ ଆକର୍ଷଣୀୟ ପ୍ରତିଭା ଦେଖିବାକୁ ମିଳିଥିଲା l ଏହି ପ୍ରତିଯୋଗିତାରେ ବାଲିଗୁଡା ଏନଏସି ଅଧକ୍ଷା ମମତା ବେହେରା, ଏନଏସି ଉପଧକ୍ଷ ତଥା ଦୁର୍ଗାପୂଜା କମିଟିର ସଭାପତି ଲୋକନାଥ ପାଢ଼ୀ, ସମ୍ପାଦକ ଶ୍ରୀନିବାସ ପାତ୍ର, ପୂର୍ବତନ ସଭାପତି ଆଦିକନ୍ଦ ମହାରଣା, ଉପଦେଷ୍ଟା ସାବତ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ବାଲିଗୁଡା ଇଲେକ୍ଟ୍ରି ଅଫିସ ତରଫରୁ ମଧ୍ୟ୍ୟ ଦୁର୍ଗା ପୂଜା ପାଳନ କରାଯାଇଛି । ଏଠାରେ ମଧ୍ୟ୍ୟ ମା ଦୁର୍ଗା ଦର୍ଶନ ପାଇଁ ବହୁତ ଲୋକ ଭିଡ଼ ହୋଇଥିବାର ଦେଖିବାକୁ ମିଳିଥିଲା ।

ADVERTISEMENT