କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସାକ୍ଷାତ କରିଛନ୍ତି

ନୂଆଦିଲ୍ଲୀ,୭/୧୦(ଏଜେନ୍ସି) : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସାକ୍ଷାତ କରିଛନ୍ତି। ଭାରତକୁ ୪ ଦିନିଆ ଗସ୍ତରେ ଆସିଥିବା ହାସିନାଙ୍କୁ ଆଜି ପ୍ରିୟଙ୍କା ଭେଟିଛନ୍ତି। ଭେଟିବା ସମୟରେ ପ୍ରିୟଙ୍କାଙ୍କୁ ହସିନା ଖୁବ୍ ଖୁସିରେ ଆଲିଙ୍ଗନ କରିପକାଇଥିଲେ। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଉପସ୍ଥିତ ଥିଲେ। ଭେଟିବା ସମୟର ଏକ ଫଟେ ମଧ୍ୟ ପ୍ରିୟାଙ୍କା ଟ୍ବିଟ୍ କରିଛନ୍ତି । ସାକ୍ଷାତ ପରେ ପ୍ରିୟଙ୍କା କହିଛନ୍ତି, ଶେଖ ହାସିନାଙ୍କ ସହିତ ଦେଖାହୋଇଛି, ଯାହାଙ୍କୁ ଦୀର୍ଘ ସମୟ ଧରି ଦେଖା କରିବାର ଇଛା ଥିଲା। ଗଭୀର କ୍ଷତି ଏବଂ ଖରାପ ସମୟରୁ ବାହାରିବା ପାଇଁ ତାଙ୍କର ଶକ୍ତି ଓ ବାହାଦୁରୀ ଏବଂ ଦୃଢତା ଦ୍ବାରା ନିଜର ବିଚାର ପାଇଁ ତାଙ୍କର ସଂଘର୍ଷ ସବୁବେଳେ ମୋ ପାଇଁ ଏକ ପ୍ରେରଣା।’ ଉଲ୍ଲେଖନୀୟ ଯେ, ପ୍ରିୟଙ୍କା ତାଙ୍କର ଯେଉଁ ବ୍ୟକ୍ତିଗତ କ୍ଷତି କଥା କହୁଛନ୍ତି ତାହା ପ୍ରକୃତରେ ୧୯୭୪ ମସିହାର କଥା। ୧୫ ଅଗଷ୍ଟ ୧୯୭୪ରେ ଶେଖ ହାସିନାଙ୍କ ବାପା ଓ ତାଙ୍କ ପରିବାରର ବହୁ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଆକ୍ରମଣରୁ ଶେଖ୍ ହାସିନା ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଧ୍ୟ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଆଜି ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଦୁଇଦେଶର ନେତାଙ୍କ ଭିତରେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା।

ADVERTISEMENT