ବିଜେଡି ତରଫରୁ ସଭ୍ୟ ସଂଗ୍ରହ ଓ ଜନ ସମ୍ପର୍କ ପଦଯାତ୍ରା

12

କନ୍ଧମାଳ, ୭/୧୦(ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ସୁଡ୍ରା ଗ୍ରାମରେ ବିଜୁ ଜନତା ଦଳ ତରଫରୁ ନୂତନ ସଭ୍ୟ ସଭ୍ୟା ଓ ଜନ ସମ୍ପର୍କ ପଦଯାତ୍ରା କରାଯାଇଥିଲା,ଏହି ପଦଯାତ୍ରା ସୁଡ୍ରା ହାଇସ୍କୁଲ ଠାରୁ ପାଟଖଣ୍ଡା ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ହୋଇଥିଲା । ଏହା ପରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ।ବୈଠକରେ ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର, ବାଲିଗୁଡା ବ୍ଲକ ସଭାପତି ଟୁନା ଦାଶ, ବାଲିଗୁଡା ନଗର ଉପଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ବ୍ଲକ ଉପସଭାପତି ବିଜେଶ୍ୱର ମଳିକ, ବାଲିଗୁଡା ବ୍ଲକର ପୁର୍ବତନ ଅଧକ୍ଷା ନନ୍ଦିନୀ ମଳିକ, ବାରଖମା ପୂର୍ବତନ ସରପଞ୍ଚ ନୀଳାମ୍ବର ପାତ୍ର, ସୁଡ୍ରା ସରପଞ୍ଚ ନରସିଂହ ମଳିକ, ସୁଡ୍ରା ପଞ୍ଚାୟତ ସଭାପତି ଟୁନା ସାହୁ, ବରିଷ୍ଠ ବିଜେଡି ନେତା ପ୍ରକାଶ ଚନ୍ଦ୍ର ନାୟକ, ବାଲିଗୁଡା ଯୁବ ସଭାପତି ରଞ୍ଜନ କୁମାର ନାୟକ ବହୁ ବରିଷ୍ଠ ବିଜେଡି କର୍ମୀ ସହ ପଞ୍ଚାୟତର ଜନସାଧାରଣ ଯୋଗ ଦେଇଥିଲେ ।ଏହି ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଜନା ସବୁ ଗାଁ ଗାଁରେ ଲୋକଙ୍କୁ ବୁଝାଇ ବିଜୁ ପରିବାରରେ ଯୋଗଦେବା ନେଇ ଆଲୋଚନା ହୋଇଥିଲା ।

ADVERTISEMENT