ଚୀନ୍‌ ପାଇଁ ଭାରତର ନୂଆ ରଣନୀତି : ଭାରତ-ଚାଇନା ସୀମା ଜଗିବ ଏମ୍‌-୭୭୭ ତୋପ

19

ନୂଆଦିଲ୍ଲୀ,୭/୧୦(ଏଜେନ୍ସି ) : ଚୀନ୍‌ ପାଇଁ ଭାରତର ନୂଆ ରଣନୀତି । ଭାରତ ଆମେରିକାଠାରୁ ୧୪୫ଟି ଏମ୍‌-୭୭୭ ତୋପ କିଣିବ। ଏହି ତୋପକୁ ଭାରତ-ଚାଇନା ସୀମା ଜଗିବ , କାର୍ଯ୍ୟରେ ମୁତୟନ କରାଯିବ। ୨୦୧୯ ଶେଷ ସୁଦ୍ଧା ଏହି ତୋପ ଭାରତକୁ ମିଳିଯିବ ବୋଲି କୁହାଯାଉଛି। ୧୪ ହଜାର ଫୁଟ୍‌ ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ସମରାଭ୍ୟାସ ଦେଖି ଚୀନ ଛାତିରେ ଛନକା ପଶିଛି। ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନା ସବୁଠୁ ବଡ଼ ପାହାଡି ଯୁଦ୍ଧ ଅଭ୍ୟାସ କରୁଛି। ଯାହାର ନାମ ରହିଛି ହିମ ବିଜୟ। ଆଉ ଭାରତୀୟ ସେନାର ଏଭଳି ସମରାଭ୍ୟାସକୁ ଏବେ ଚୀନ୍‌ ବିରୋଧ କରିବା ଆରମ୍ଭ କରିଛି । ଭାରତୀୟ ସେନା ଏହି ଯୁଦ୍ଧ ଅଭ୍ୟାସ ଏଲଓସିରୁ ୧୦୦ କିଲୋମିଟର ଦୂରରେ ୧୪ ହଜାର ଫୁଟୁ ଉପରେ କରୁଛି । ୩ଟି ଗ୍ରୁପ ହୋଇ ଏହି ଯୁଦ୍ଧ ଅଭ୍ୟାସ କରୁଛି ଭାରତୀୟ ସେନା। ଆଉ ପ୍ରତ୍ୟେକ ଗ୍ରୁପରେ ୪ ହଜାର ସୈନ୍ୟଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୫ ଅକ୍ଟୋବରରେ ଏହି ଯୁଦ୍ଧ ଅଭ୍ୟାସ ସମାପ୍ତ କରିବ ଭାରତୀୟ ସେନା।

ADVERTISEMENT