ଗଛ ଉପରେ ମହିଳାଙ୍କ ମୃତ ଦେହ : ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

29

କଳାହାଣ୍ଡି, ୭/୧୦(ଏଜେନ୍ସି) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସାଗ୍ରୀଗୁଡା ଗ୍ରାମ ପଞ୍ଚାୟତର ଘ୍ରଟୁନାଗଫେଣୀ ଗ୍ରାମରେ ଏକ ବିବାହିତା ମହିଳାଙ୍କ ଝୁଲନ୍ତା ମୃତ ଦେହ ଏକ ଗଛରେ ଝୁଲୁ ଥିବା ଦେଖିବାକୁ ମିଳିଥିଲା । ରାତ୍ରି ସମୟରେ ହତ୍ୟା କରି ଗଛ ଉପରେ ଟାଙ୍ଗି ଦେଇ ଆତ୍ମହତ୍ୟା ରୂପ ଦେବା ପାଇଁ ଶଶୁର ଘରର ଲୋକ ମାନେ ଯୋଜନା କରିଥିବା ଝିଅ ପରିବାରରୁ ଅଭିଯୋଗ କରିଛନ୍ତି । ମୃତ କୁନ୍ତୀ ରାଉତଙ୍କ ବାପାଙ୍କ ଅଭିଯୋଗ ଏହିକି ଯେ ମୋର ଝିଅକୁ ତାର ସ୍ୱାମୀ ବଳରାମ ରାଉତ ହତ୍ୟା କରିଛି,ବୋଲି ଥାନାରେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଘଟଣା ସ୍ଥଳରେ ଜୟପାଟଣା ଆଇ.ଆଇ.ସି ସୁଶାନ୍ତ କୁମାର ସାହୁ ପହଁଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ବର୍ତ୍ତମାନ ଜୟପାଟଣା ଅଞ୍ଚଳରେ ଦିନକୁ ଦିନ ବଧୁ ହତ୍ୟା ଓ ହତ୍ୟା ବଢ଼ିବାରେ ଲାଗିଛି । ତେବେ ଜୟପାଟଣା ପୋଲିସ ଅପରାଧୀ ମାନଙ୍କୁ ଧରିବାରେ ସଫଳ ହେବ ନା ପୋଲିସଁକୁ ଧୂଳିମାରି ଅପରାଧୀ ଖସି ଚାଲିଯିବେ ତାହା ଦେଖିବାକୁ ବାକି ରହିଲା ।

ADVERTISEMENT