ଏନ.ଏପି.ଏସ କିଡ଼ଶ୍ ଦାଣ୍ଡିଆ ୨୦୧୯ ଅନୁଷ୍ଠିତ

27

ବ୍ରହ୍ମପୁର, ୭/୧୦( ଗୁରୁ ପ୍ରସାଦ) : ପ୍ରଥମ ଥର ପାଇଁ ବ୍ରହ୍ମପୁର ମହାନଗରରେ ଏନ.ଏପି ଏସ ପକ୍ଷରୁ ନୃତ୍ୟାନୁଷ୍ଠାନ ପ୍ରସନ୍ନାକ୍ଷି ସହଯୋଗରେ ଆଜି ସଂଧ୍ୟରେ ନ୍ୟୁ ଅଙ୍ଗନ ପ୍ଲେ ସ୍କୁଲ ପରିସରରେ କିଡ଼ସ ଦାଣ୍ଡିଆ ୨୦୧୯କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ କନକଲତା ପଟନାୟକ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାମ୍ବାଦିକ ସୂଦୀପ ସାହୁ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।
ନୃତ୍ୟଗୁରୁ କେ. ଦିଲ୍ଲୀପ ରା଼ଓଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 10 ବର୍ଷରୁ କମ୍ ବୟସର ବାଳକ ବାଳିକାମାନେ ଯୋଗ ଦେଇ ଦେବୀ ମା ଦୁର୍ଗାଙ୍କୁ ଦାଣ୍ଡିଆ ଓ ଗଡ଼ବା ନୃତ୍ୟ ମାଧ୍ୟମରେ ଆବାହନ କରିବା ସହିତ ନବରାତ୍ରି କାର୍ଯ୍ୟକ୍ରମକୁ ପରିପୁଷ୍ଟ କରିଥିଲେ । ମ୍ୟୁଜିକର ଡାଳେ ଡାଳେ ଝୁମିବା ସହିତ ପିଲାଙ୍କ ମଧ୍ୟରୁ ଶ୍ରେଷ୍ଟତ୍ବ ହାସଲ କରିଥିବା ବେଷ୍ଟ ପେରଫର୍ମର, ବେଷ୍ଟ କଷ୍ଟ୍ୟମ୍, ବେଷ୍ଟ ମେକଅପ , ଆଦି 10ଗୋଟି ବିଭଗରେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ରଂଜିତା ପଢି, ତ୍ରିବେଣୀ ପଟନାୟକ, ଏସ.ବାଲକ୍ରିଷ୍ଣା ,ନନ୍ଦିତା ପୁରୋହିତ, ପୁଷ୍ପାଞ୍ଜଳି ବେହେରା ,ବି ସୁଜାତା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଶିଷ୍ଟ ଉଦଘୋଷିକା ରଶ୍ମିତା କୁମାରୀ ଦଳାଇ ଧନ୍ୟବାଦ କରିଥିଲେ ।

ADVERTISEMENT