ମୋହନାରେ ମହାଆଡମ୍ବରରେ ଦୁର୍ଗାପୂଜା ଅନୁଷ୍ଠିତ

14

ମୋହନା , ୮/୧୦( ମୋହନ ଗଉଡ ) : ଗଜପତି ଜିଲ୍ଲା ମୋହନା ଉପଖଣ୍ଡରେ ମା ଦୁର୍ଗାଙ୍କ ପୂଜା ଧୁମ ଧାମ ସହ ପୂଜା ପାଳିତ ହୋଇଛି । ଏ ପୀଠରେ କୌଣସି ମନ୍ଦିର ନାହିଁ, ଏ ପିଠା ଉପରେ ସ୍ଥାନୀୟ ଲୋକଙ୍କର ବିଶ୍ୱାସ ରହିଅଛି ଯେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ମାଙ୍କ ଆଶୀର୍ବାଦ ନେଇଯାଇଥିଲେ କାର୍ଯ୍ୟ ସଫଳ ହୋଇଥାଏ ବୋଲି ବିଶ୍ୱାସ ରହିଅଛି । ଏ ପୀଠରେ ବର୍ଷକୁ ଥରେ ଦୁର୍ଗା ପୂଜା ହୋଇଥାଏ । ଶାରଦୀୟ ପୂଜା ଓ ଚୈତ୍ର ପାଳନ ଦୁର୍ଗାପୂଜା ହୋଇଥାଏ । ମୋହନାରେ ମା ଦୁର୍ଗାଙ୍କ ପୂଜା ମହାସମରୋହରେ ପାଳିତ ହେଉଛି, ପୂଜାକୁ ଆକର୍ସଣ କରିବା ପାଇଁ ସୁସଜ୍ଜିତ ଲାଇଟ ତୋରଣ କରାଯାଇଛି । ଏହା ସହ ପୂଜା କମିଟି ମାନେ ମନୋରଞ୍ଜନ ସକାଶେ ମେଲୋଡି, ନାଟକ, ଘୁମୁରା,ତଥା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସେହିପରି ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଚନ୍ଦ୍ରଗିରି, ମହେନ୍ଦ୍ରଗଡ,ଲୁହଗୁଡି, ଅଡ଼ବାରେ ମଧ୍ୟ ବହୁ ଧୁମଧାମରେଦୁର୍ଗାପୂଜା ପାଳନ ହୋଇଛି ।

ADVERTISEMENT