ଦୁର୍ଗାମାଁଙ୍କ ଆଗମନରେ ରାୟଗଡା ଜିଲ୍ଲା ଉତ୍ସବ ମୁଖର

24

ରାୟଗଡା, ୮/୧୦(ସୁଶାନ୍ତ ମହାରଣା ) : ରାୟଗଡା ପ୍ରତିଷ୍ଠିତ ଦେବୀ ମାଁ ମଝିଘରିଆଣି ଅଭୟ ବର ଦାୟିନୀଙ୍କ ଦୁର୍ଗାପୂଜା ମହାସମାରୋହରେ ପାଳିତ ହୋଇଛି । ଏହି ପୂଜାରେ ମାଁ ଙ୍କୁ ଦର୍ଶନ କରିବାକୁ ବହୁ ଭକ୍ତାଳୁ ରାୟଗଡା ଏବଂ ଆଖପାଖ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଆସି ପୂଜାବିଧି ଉତ୍ସବରେ ଯୋଗ ଦିଅନ୍ତି । ରାୟଗଡା ସାହରରେ ପ୍ରତ୍ୟେକଟି ମଣ୍ଡପରେ ମାଁ ଅତି ଯାବତୀୟ ଭାବେ ପୂଜା ପାଉଛନ୍ତି । ସ୍ଥାନୀୟ ପୋଲିସ ବ୍ୟାରେନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ପୂଜା କିମିଟି , ଯେ.କେ.କାଗଜ କଳ, ବ୍ରାହ୍ମଣ ସାହି, ରାଣୀଗୁଡା, କସ୍ତୁରୀ ନଗର , ଇତ୍ୟାଦିରେ ଆକର୍ଷଣୀୟ ମେଢ ସାଙ୍ଗକୁ ମୂର୍ତ୍ତି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦୁର୍ଗା । ବିଜୟ ଦଶମୀର ଦଶହରାର ସନ୍ଧ୍ୟା ରାୟଗଡା ସ୍ଥିତ ବ୍ରାହ୍ମଣ ସାହି ଏବଂ ଜେ .କେ.କାଗଜ କଳ ଠାରେ ରାବଣ ପୋଡିର କାର୍ଯ୍ୟକ୍ରମ ରଖାଯାଇଛି । ଏହି ଉତ୍ସବରେ ହଜାର ହଜାର ଦର୍ଶକ ଭିଡ଼ ହେବାର ସମ୍ଭାବନା ଅଛି । ସେହି ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଅଛି ।

ADVERTISEMENT