ବ୍ୟସ୍ତ ବହୁଳ ଦୁନିଆର ସାଧାରଣ ଶ୍ରମିକଙ୍କ ଦୁଃଖ ବିଝୁଚି କିଏ ?

ବ୍ରହ୍ମପୁର, ୮/୧୦(ଇ.ରଞ୍ଜନ) : ଦୈନିକ ବ୍ରହ୍ମପୁର ଓ ପାର୍ଶ୍ୱବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଶହ ଶହ ଲୋକ ବ୍ରହ୍ମପୁର ଜୀବିକା ମେଣ୍ଟାଇବା ନିମନ୍ତେ ଦୈନିକ ମଜୁରୀଆ ଭାବେ ଆସି ବ୍ରହ୍ମପୁର ଗେଟ ବଜ଼ାର ଟ୍ରାଫିକ ନିକଟରେ ଛିଡା ହଇଯିବା ସହ ଯିବା ଆସିବା ଲୋକଙ୍କୁ କାମ ଅଛିକି ବଲି ପଚାରିଥାନ୍ତି ସେହି ମାର୍ଗଦେଇ ଶ୍ରମିକ ଦରକାର ଥିବା ଜଣେ ଲୋକ ଯଦି ଆସେ ତାହେଲେ ସେଟାରେ ରୁଢ଼ହୋଇ ଯାହାନ୍ତି l ଯାହା ଫଳରେ ସେଠାରେ ଅତ୍ୟଧିକ ଟ୍ରାଫିକ ସମସ୍ୟା ହେଉଅଛି ଯାହାକୁ ନେଇ ସେହି ମାର୍ଗ ଯିବାଆସିବା ମୋଟର ସାଇକେଲ ଆରହି ମାନେ ଅସନ୍ତୋଷ ପ୍ରକାଶ କରନ୍ତି l ସେଟାରେ ଶ୍ରମିକ ମାନେ ସକାଳ 10ରେ ଆସି 12ସମୟ ପର୍ଯ୍ୟନ୍ତ 3ଘଣ୍ଟା ଛିଡା ହୁଅନ୍ତି କିନ୍ତୁ କିଛି ଶ୍ରମିକଙ୍କୁ କାମ ମିଳୁଥିବା ବେଳେ ଅନେକ ଶ୍ରମିକ ମାନେ ଯିବା ଆସିବା ଲୋକଙ୍କୁ କାମ ନିମନ୍ତେ ନେହୁରା ହେଉଥିବା ଦେଖିବାକୁ ମିଳିଛି l ଏହା ସାଙ୍ଗକୁ ଯିବା ଆସିବା କିଛି ଭଦ୍ରଲୋକଙ୍କ ମତ ଅନୁଯାୟୀ ଶ୍ରମିକ ମାନଙ୍କ ନିମନ୍ତେ ଗେଟବଜ଼ାର ଠାରେ ଏକ ରହଣି ସ୍ଥଳ ସରକାରଙ୍କ ତରଫରୁ ଯୋଗାଇ ଦେଲେ ଶ୍ରମିକ ମାନେ ବର୍ଷା ଓ ଖରାଦାଉରୁ ରକ୍ଷାପାଇଥାନ୍ତେ ଓ ରହଣି ସ୍ଥଳ ଯାଗୁଁ ଟ୍ରାଫିକ ସମସ୍ୟାର ମଧ୍ୟ ସୁଧାର ଅସିଥାନ୍ତା ବଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି l

ADVERTISEMENT