ବାୟୁସେନା ଦିବସରେ ଗାଜିଆବାଦ ଏୟାରବେସରେ ଲଢ଼ୁଆ ବିମାନର ଶକ୍ତି ପ୍ରଦର୍ଶନୀ

ନୂଆଦିଲ୍ଲୀ,୯।୧୦(ଏଜେନ୍ସି) : ଆଜି ପାଳିତ ହେଉଛି ଭାରତୀୟ ବାୟୁସେନାର ୮୭ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦ ଏୟାରବେସରେ ଶକ୍ତି ପ୍ରଦର୍ଶନ କରୁଛି ଭାରତୀୟ ବାୟୁସେନା । ଦମ୍ ଦେଖାଇବ ସୁଖୋଇ, ତେଜସ, ଆପାଚେ ଓ ଚିନୁକ୍ ଭଳି ୧୯ଟି ଲଢ଼ୁଆ ବିମାନ । ଏହି ଏୟାର ସୋରେ ୫୪ଟି ବିମାନକୁ ସାମିଲ କରାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ବାୟୁସେନାର ଏକ ଭିଡିଓ ଜାରି କରି ବୀର ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଛା ଜଣାଇଛନ୍ତିି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ADVERTISEMENT