ୱିଙ୍ଗ କମାଣ୍ଡରଙ୍କୁ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୫୧ ସ୍କ୍ୱାଡ୍ରନରେ ସମ୍ମାନିତ

ନୂଆଦିଲ୍ଲୀ,୯।୧୦(ଏଜେନ୍ସି) : ଉତ୍ତରପ୍ରଦେଶର ଗାଜିଆବାଦଠାରେ ହିଣ୍ଡନ ଏୟାରବେସରେ ଏୟାର ଶୋ ହେଉଛି । ଏହି ଅବସରରେ ୱିଙ୍ଗ କମାଣ୍ଡରଙ୍କୁ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ସମ୍ମାନିତ କରାଯାଇଛି । ବାଲାକୋଟ ହିରୋ ଅଭିନନ୍ଦନଙ୍କୁ ୫୧ ସ୍କ୍ୱାଡ୍ରନ ସମ୍ମାନିତ କରାଯାଇଛି । ସେ ପାକିସ୍ତାନ ଏଫ-୧୬କୁ ମାରି ଖସାଇ ଦେଇଥିଲେ ଅଭିନ୍ଦନ । ଏହାପରେ ବାୟୁସେନା ଦିବସରେ ଲଢ଼ୁଆ ବିମାନ ଉଡ଼ାଇଛନ୍ତି ଅଭିନନ୍ଦନ । ଏହା ସହ ମିଗ-୨୧ ବିମାନ ସେ ଉଡ଼ାଇଛନ୍ତି । ମିଗ-୨୧ ବିମାନ ସହ ୩ଟି ମିରାଜ-୨୦୦୦ ବିମାନ ବି ଉଡ଼ିଛି । ବିମାନ ଉଡ଼ାଇଛନ୍ତି ବାଲାକୋଟ ମିସନରେ ଭାଗ ନେଇଥିବା ପାଇଲଟ ।

ADVERTISEMENT