ମେଡିକାଲରେ ୧୬ ଘଣ୍ଟା ଶବ ପଚି ସଢ଼ି ରହିଛି ! ସରକାରୀ ମହାପରାୟଣ କାହା ପାଇଁ ?

ବ୍ରହ୍ମପୁର/ଦିଗପହଣ୍ଡି,୮/୧୦(ଇ.ରଞ୍ଜନ) : ଦିଗପହଣ୍ଡି ଥାନା ଅଧିନସ୍ଥ ନିମଖଣ୍ଡି ପେଣ୍ଠ ପଞ୍ଚାୟତ ପନାଡ଼ ଗ୍ରାମର ରବି ଗୌଡ଼ (୫୦)ଗତକାଲି ଅପରାହ୍ନରେ ଚାଷଜମିରେ କାମ କରୁଥିବା ବେଳେ ବଜ୍ରପାତର ଶୀକାର ହୋଇ ରବି ଗୌଡ଼ ବିଲରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଦୃଭାଗ୍ୟର ବିଷୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଅପମୃତ୍ୟୁ ମାମଲା ଦାଏର କରି ତଦନ୍ତ ଚଳାଇଛନ୍ତି । ନିହାତି ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଶବ ବ୍ୟବଚ୍ଛେଦ ପାଇଁ ନେଇପାରୁନାହାନ୍ତି। ଗତ କାଲି ଠାରୁ ଦିଗପହଣ୍ଡି ମେଡିକାଲରେ ଶବଟି ପଡି ରହିଥିବାକୁ ନେଇ ବିଭିନ୍ନ ରାଜନୈତିକ ମହଲରୁ ଖୋଦ ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀରେ ଏଭଳି ଦୃଶ୍ୟ କିଭଳି ହେଲା କିଛି ସାଧାରଣ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଛନ୍ତି l ଏହା ସହ ବଜ୍ରପାତରେ ମୃତକଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ରାଶି ପାଇଁ ଦାବି କରିଛନ୍ତି ।

ADVERTISEMENT