ନିଶା ମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ

ବ୍ରହ୍ମପୁର,୮/୧୦(ସାହେଵ ନାୟକ) :ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ କବି ଗୋପାଳ କୃଷ୍ଣ ସାଂସ୍କୃତିକ ପରିଷଦ ବ୍ରହ୍ମପୁର ଓ ପ୍ରଜାପିତା ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଖୋଡାସିଙ୍ଗି ସାଖା ଆନୁକୂଲ୍ୟରେ ନିଶା ମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ପ୍ରାଧ୍ୟାପକ ଡ଼କ୍ଟର. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ବକ୍ତା ଭାବେ ରାଜଯୋଗିନୀ ବି. କେ. ସୁମିତ୍ରା ଭଉଣୀ, ସଭାପତି ଗୋପାଳ କୃଷ୍ଣ ଡାକୁଆ, ଡାକ୍ତର. ସାଗର ରଞ୍ଜନ ତ୍ରିପାଠୀ ମଞ୍ଚାସିନ ଥିଲେ । ଉପଦେଷ୍ଟା ଦେବି ପ୍ରସାଦ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ, ସମ୍ପାଦକ ବିଜୟ କୁମାର ପାଢ଼ୀ, ଉପସଭାପତି ନଳିନୀ କାନ୍ତ ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ, ଏଡିଆଇଭି ସଭାପତି ଜି. ଆଦି ନାରାୟଣଙ୍କୁ ସମ୍ଭଧିତ କରାଯାଇଥିଲା । ମୁମ୍ବାଇରୁ ଆସିଥିବା ନିଶା ମୁକ୍ତି ଅଭିଯାନର ୬ଜଣିଆ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା, ସମସ୍ତଙ୍କୁ ମଦରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଥିଲା । କୁନି କୁନି ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ADVERTISEMENT