ଓକିଲ ଅଜୟ ସିଂ ଘରେ ଚାଲିଥିବା ଜୁଆ ଆଡା ଉପରେ ପୋଲିସର ଚଢ଼ାଉ

ଫୁଲବାଣୀ,୮/୧୦(ସୁରେଶ ପଣ୍ଡା ) : ଫୁଲବାଣୀ ଆଦର୍ଶ ଟାଉନ ଥାନା ପକ୍ଷରୁ ଓକିଲ ଅଜୟ ସିଂ ଘରେ ଚାଲିଥିବା ଜୁଆ ଆଡା ଉପରେ ପୋଲିସର ଚଢ଼ାଉ କରି ଫୁଲବାଣୀ , ବାଲିଗୁଡା ଓ ବାହାର ଜିଲ୍ଲା ଅଞ୍ଚଳର ୧୧ଜଣ ଜୁଆଡିକୁ ପୋଲିସ ଗିରଫ କରିବା ସହ ଟଙ୍କା ଓ ବିଭିନ୍ନ ଜିନିଷ ଜବତ କରିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ଓକିଲ ସିଂ ଙ୍କ ଘରେ ବହୁ ବର୍ଷ ହେଲା ଜୁଆ ଖେଳ ଚାଲିଥିଲା ।

ADVERTISEMENT