ଦେବଦେବୀଙ୍କ ଫୋଟ ପଡିବାର ଅପରାଧରେ ଯୁବକ ଜେଲ ଗଲେ।

36

ରାୟଗଡା, ୧୦/୧୦( ସୁଶାନ୍ତ ମହାରଣା ) : ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ପାଂଚାଳି ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଫୋଟୋ ପଡିବା ସହ ସୋସିଆଲ ମିଡିଆରେ ଭାଇରାଲ କରି ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କଲାଭଳି ଭିଡିଓ ଭାଇରାଲ କରିବା ଅଭିଯୋଗରେ ରାୟଗଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଉକ୍ତ ଯୁବକର ନାମ ଅଗସ୍ତି ଗରଡା । ତା ଘର ଟିକିରି ଥାନା ଅନ୍ତର୍ଗତ ପଞ୍ଚାଳି ଗ୍ରାମରେ । ପଞ୍ଚାଳି ଗ୍ରାମର ଅଗସ୍ତି ଗରଡ଼ା ନାମକ ଯୁବକ ପଞ୍ଚାଳି ଗ୍ରାମର କିଛି ସ୍ଥାନୀୟ ଯୁବକଙ୍କୁ ନେଇ ହିନ୍ଦୁ ଦେବାଦେବୀଙ୍କ ଫୋଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହାକୁ ନେଇ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିଆ ସୃଷ୍ଟି ହୋଇଥିଲା । ଏହି ଘଟଣାରେ ରାୟଗଡା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କେଶ ନମ୍ବର 345/19,ଅଣ୍ଡର ସେକ୍ସନ 153A,295,295A ,34,120B ଧାରାରେ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ADVERTISEMENT