ମୋବାଇଲ୍ଉ(ଜିଓ)ପଭୋକ୍ତାଙ୍କୁ ଝଟ୍‌କା ଦେଲା ଜିଓ ନେଟ୍ଓ୍ୱାର୍କ

5

ଭୁବନେଶ୍ୱର, ୧୦/୧୦(ଏଜେନ୍ସି ) : ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଦେବାକୁ ପଡିବ ଅତିରିକ୍ତ ଚାର୍ଜ। ଗ୍ରାହକଙ୍କୁ ମିନିଟ୍‌କୁ ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ତାରିଖ ଠାରୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା ଦେଇଛନ୍ତି । ଟ୍ରାଇର ନୂଆ ନିୟମ ଯୋଗୁଁ ଜିଓର ୧୩, ୫୦୦ କୋଟି କ୍ଷତି ହୋଇଛି। ଏଣୁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ(IUC)କୁ କୋଟି କୋଟି ଟଙ୍କା ଗଣୁଛି ଜିଓ। ତେବେ ଜିଓରୁ ଜିଓ ନେଟଓ୍ୱାର୍କକୁ ଫୋନ୍ କରିଲେ ପଡ଼ିବନି ଅତିରିକ୍ତ ଚାର୍ଜ। ତେବେ ଜିଓ ପକ୍ଷରୁ କିଛି ନୂଆ ଅଫର ମଧ୍ୟ ଘୋଷଣା କରାଯାଇଛି । (୧) ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ଗୋଟିଏ ଜିବି ଡାଟା। (୨) ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ ଅନ୍ୟ ନେଟୱର୍କକୁ କଲ ଓ ୨ ଜିବି ଡାଟା। (୩) ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ ଅନ୍ୟ ନେଟୱର୍କକୁ କଲ ଓ ୫ ଜିବି ଡାଟା। (୪) ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅନ୍ୟ ନେଟୱର୍କକୁ କଲ ଓ ୧୦ ଜିବି ଡାଟା ମିଳିବ ବୋଲି ଘୋଷଣା କରାଯାଇଛି।

ADVERTISEMENT