ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ୍ ପାହାଡ଼ ଇଲାକାରେ ବାଘ ମାତିଥିବା ଚର୍ଚ୍ଚା

10

ଜଗନ୍ନାଥପ୍ରସାଦ, ୧୦/୧୦(ଏଜେନ୍ସି ) : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନାଥପ୍ରସାଦ ରେଞ୍ଜ ବେଲଗୁଣ୍ଠା ସେକ୍ସନ୍ ନଣ୍ଡେଇ ପାହାଡ଼ ଇଲାକାରେ ବାଘ ମାତିଥିବା ଚର୍ଚ୍ଚା ହେଉଛି। ଗତ ଏକ ସପ୍ତାହ ହେଲାଣି ଏହି ଆତଙ୍କ ଜାରି ରହିଥିବାବେଳେ ଏହାରି ମଧ୍ୟରେ ୩ଟି ବାଛୁରୀ ଓ ୬ଟି ଛେଳି ନିଖୋଜ ହେବା ଗ୍ରାମବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି। ବନବିଭାଗ ବି ବାଘକୁ ଖୋଜିବାକୁ ନାଇଟ୍ ପାଟ୍ରୋଲିଂ ଜୋରଦାର କରିଛି। ମାତ୍ର ଏଯାଏ ବାଘର କୌଣସି ସନ୍ଧାନ ମିଳିନାହିଁ। ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲି ପୁଣି ନଣ୍ଡେଇ ପାହାଡ଼ ଉପରେ ବାଘ ହାବୁଡ଼ରେ ପଡ଼ିଥିଲେ ଗୋରୁପଲ। ଗୋରୁପଲ ହଠାତ୍ ଏଣେତେଣେ ଦୌଡ଼ିଥିଲେ। ସେମାନଙ୍କ ପଛରେ ଏକ ବାଘ ଦୌଡ଼ୁଥିବା ସେମାନଙ୍କ ନଜରରେ ପଡ଼ିଥିଲା।

ADVERTISEMENT