ସ୍ୱଳ୍ପ ବୟସ୍କା ବାଳିକାକୁ ଦୁଷ୍କମ କରି ଫଟୋ ଭାାଇରାଲ : ୨ ଗିରଫ

13

କୁକୁଡାଖଣ୍ଡି,୦୧/୦୯(ଇ.ରଞ୍ଜନ ) : ଜଣେ ନବମଶ୍ରେଣୀ ଛାତ୍ରୀକୁ ଉକ୍ତ ଗ୍ରାମର ଜଣେ ନାବାଳକ ଜବରଦସ୍ତ ଉଠାଇ ନେଇ ଦୁଷ୍କର୍ମ କରି,ଛାତ୍ରୀଙ୍କ ଉଲଗ୍ନ ଫଟୋ ଉଠାଇ ଭାଇରାଲ କରିଥିବା ମାମଲାରେ ସଦରଥାନା ପୁଲିସ ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ,ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଜଣାପଡିଛି। ଘଟଣାଟି ଘଟିଛି ନିମଖଣ୍ଡି ଫାଣ୍ଡି ଅନ୍ତଗତ ହୁଗୁଳାପଟାର ମାଥାପଲ୍ଲୀ ଗ୍ରାମରେ। ପିଡିତାଙ୍କର ମାଁ ର ଅଭିଯୋଗ ପ୍ରକାରେ ମାର୍ଥାପଲ୍ଲୀର ଜଣେ ୧୪ ବଷିୟା ନାବାଳିକା ଛାତ୍ରୀ ପ୍ରଦିଦିନ ପରି ଟ୍ୟୁସନ ପାଇଁ ସାଇକଲରେ ହୁଗୁଳାପଟା ଯାଇ ସନ୍ଧ୍ୟା ୬.୩୦ରେ ନିଜ ଗା ମାଥାପଲ୍ଲୀକୁ ଜୁନ ୧୯ ରେ ଫେରୁଥିବା ସମୟରେ ଉକ୍ତ ଗ୍ରାମର ଜଣେ ନାବାଳକ ଛାତ୍ରୀକୁ ଏକୁଟିଆ ପାଇ ଜୋରଜବରଦସ୍ତ ନିକଟସ୍ଥ ଏକ ବୁଦାନିକଟକୁ ନେଇ ଦୁଷ୍କମ କରିବା ସହ ଛାତ୍ରୀଙ୍କ ଏକ ଉଲଗ୍ନ ଫଟୋ ମୋବାଇଲରେ ଉଠାଇ ଦେଇଥିଲା। ଘଟଣା ସମ୍ପର୍କରେ କାହାକୁ କହିଲେ ଫଟୋ ଭାଇରାଲ କରିବା ସହ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା। ଘଟଣା ସମ୍ପର୍କରେ ଛାତ୍ରୀ ଜଣକ କାହାକୁ କହିନଥିବା ବେଳେ ସଂପୃକ୍ତ ନାବାଳକର ଜଣେ ସହଯୋଗୀ ମଧ୍ୟ ବହୁତ ଥର ଉଲଗ୍ନ ଫଟୋ ଭାଇରଲ କରିବା ଭୟ ଦେଖାଇ ଦୁଷ୍କମ କରିଥିଲା । ପରେ ଘଟଣା ଘଟିବାର ୨ମାସ ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଛାତ୍ରୀଙ୍କ ଜଣେ ସମ୍ପର୍କୀୟ ମାମୁଙ୍କ ନିକଟରେ ପହଞ୍ଚିବାରୁ ସେ ଛାତ୍ରୀଙ୍କ ମା ଙ୍କୁ ଫଟୋ ବିଷୟରେ କହିଥିଲେ । ଏ ନେଇ ପଚାରିବାରୁ ଛାତ୍ରୀ ଜଣକ ନିଜ ମାଁ ଙ୍କୁ ସବୁ କଥା କହିବା ପରେ ଏନେଇ ସେ ଶୁକ୍ରବାର ଦିନ ସଦରଥାନା ଓ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସଦରଥାନା ଅଧିକାରୀ ସନ୍ତୋଷୀନୀ ଓରାମଙ୍କ ନେତୃତ୍ବରେ ଏକ ଟିମ ଛାତ୍ରୀ ଜଣଙ୍କୁ ଦୁଷ୍କମ ହୋଇଥିବା ସ୍ଥାନକୁ ଯାଇ ଚିହ୍ନଟ କରିଥିଲେ ପରେ ଘଟଣାରେ ସଂପୃକ୍ତ ଅଭିଯୋଗରେ ନାବାଳକ ଓ ତାର ସହଯୋଗୀ କିଷ୍ନା (୩୨)କୁ ଗିରଫ କରି ରବିବାର ୨୨୪/୧୯ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସଂପୃକ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ସାଧାରଣରେ ଦାବି କରିଛନ୍ତି ।

ADVERTISEMENT