କେନ୍ଦ୍ରୀୟ ସରଂକ୍ଷଣ ପୋଲିସ ବାହିନୀଙ୍କୁ ସରକାର ଦେଇଥିବା ଯାଗାକୁ ଗ୍ରାମବାସୀଙ୍କ ବିରୋଧ

6

ବାଲିଗୁଡ଼ା,୧୦/୧୦(ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ମହାସିଙ୍ଗ ଗ୍ରାମପଞ୍ଚାୟତରେ ଏକ ଜାଗାକୁ ସରକାର କେନ୍ଦ୍ରୀୟ ସରଂକ୍ଷଣ ପୋଲିସ ବାହିନୀକୁ ଦେଇଛନ୍ତି । ଗ୍ରାମ ବାସୀ ଲୋକଙ୍କ କହିବା ଅନୁଯାୟୀ ଏହି ଜାଗା ଗ୍ରାମ ବାସୀଙ୍କ ଉଦ୍ଧେଶ୍ୟ ଏବଂ ଗ୍ରାମର ଉନ୍ନତି ନିମନ୍ତେ ଥିଲା । ଏହି ଗ୍ରାମ ପଞ୍ଚାୟତରେ ପ୍ରାୟ ୬ହଜାରୁ ଅଧିକ ଲୋକ ବସବାସ କରନ୍ତି । ଏହି ଅଞ୍ଚଳ ଲୋକମଙ୍କୁ ୧୬ଏକର ଜାଗା ଦେବା ପାଇଁ ସରକାର ଘୋଷଣା କରିଥିଲେ, ଏ ପର୍ଯ୍ୟନ୍ତ କାହାକୁ ଜାଗା ଖଣ୍ଡିଏ ମିଳିନାହିଁ ।
ଏହାର ସମାଧାନ ନକରି କେନ୍ଦ୍ରୀୟ ସରଂକ୍ଷଣ ପୋଲିସ ବାହିନୀକୁ ଏହି ଜାଗା ଦିଆଯାଇଛି, ଏହାକୁ ଗ୍ରାମବାସୀ ପ୍ରବଳ ବିରୋଧ କରୁଛନ୍ତି । ଏହି ଜାଗାରେ ଯଦି କଲେଜ, ମେଡିକାଲ, ସ୍କୁଲ ଇତ୍ୟାଦି ଗ୍ରାମର ଉନ୍ନତି ମୂଳକ କାର୍ଯ୍ୟ ହୁଏ ତେବେ ଗ୍ରାମବାସୀଙ୍କ ଆପତ୍ତି ନାହିଁ । ଏନେଇ ଗ୍ରାମ ସଭାପତି ଓ ଗ୍ରାମବାସୀମାନେ ପଂଚାୟତ ସରପଞ୍ଚ, ନାଏବ ସରପଞ୍ଚ ଓ ମହିଳା ସ୍ୱୟଂ ଗୋଷ୍ଠୀର ସଦସ୍ୟ ମାନଙ୍କୁ ଅଭିଯୋଗ ଜଣାଇଛନ୍ତି । କେନ୍ଦ୍ରୀୟ ସରଂକ୍ଷଣ ପୋଲିସ ବାହିନୀଙ୍କୁ ସରକାର ଜାଗା ଦେବା ପୂର୍ବରୁ ଏହାର ସଠିକ ସମାଧାନ ହେବ ଉଚ୍ଚିତ । ଏହାର କୌଣସି ସମାଧାନ କରାନଗଲେ ଆଗାମୀ ଦିନରେ ରାସ୍ତାରୋକ କରିବା ସହ ଗଣବିକ୍ଷବ କରାଯିବ ବୋଲି ଗ୍ରାମବାସୀଙ୍କ ଚେତାବନୀ ।

ADVERTISEMENT