ପ୍ରାଧିକରଣ ଦ୍ୱାରା ବିଶ୍ୱ ମାନସିକ ଦିବସ ପାଳନ

4

ବ୍ରହ୍ମପୁର,୧୦/୧୦(I &PRO ) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ଗଂଜାମ ଜିଲ୍ଲା ଦ୍ୱାରା ବ୍ରହ୍ମପୁର M .K C .G ମେଡିକାଲ କଲେଜ ମାନସିକ ରୋଗ ବିଭାଗ ଠାରେ ବିଶ୍ୱ ମାନସିକ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ବିଚାରପତି ନୀତିଶ ନିସାଙ୍କ ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ, HOD ସାଇକାଟ୍ରିକ ଡିପାର୍ଟମେଣ୍ଟ ପ୍ରଫେସର ଅଜୟ କୁମାର ମିଶ୍ର ,ଆସୋସିଏଟ ପ୍ରଫେସର ଡ଼ଃ.ଚନ୍ଦ୍ର ଶେଖର ତ୍ରିପାଠୀ , ସିନିଅର ଡ଼ଃ .ଶର୍ମିଷ୍ଠା ପ୍ରୟଦର୍ଶିନୀ , ସିନିଅର ଡ଼ଃ ସ୍ଵାତି ମିଶ୍ର ,ଡ଼ଃ ବିଷ୍ଣୁ କଲ୍ୟାଣ ସାହୁ , ଆଡ଼ଭୋକେଟ ଶ୍ରୀ ଟି.କେ ରେଡଡି ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଦିବସ ପାଳନ ଅବସରରେ ଉପସ୍ଥିତ ବିଭାଗୀୟ ଚି଼କିତ୍ସକ ଓ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତା ମାନଙ୍କୁ ରୋଗୀ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ଦୂରୀଭୂତ କରିବାରେ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଆଇନଗତ ପ୍ରାଧିକରଣ ଭୂମିକା ବିଷୟରେ ଅବଗତ କରାଇବା ସହ ରୋଗୀମାନଙ୍କୁ ନୂତନ କମ୍ବଳ ଗାମୁଛା, ବିସ୍କୁଟ ଓ ଫଳ ଇତ୍ୟାଦି ବଣ୍ଟନ କରାଯାଇଥିଲା । M .K C .G ମେଡିକାଲର ମାନସିକ ରୋଗ ବିଭାଗ କାର୍ତ୍ୟୁପକ୍ଷଙ୍କ ସହଯୋଗ ଓ ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ବିଜୟ କୁମାର ଦାସ୍ ଙ୍କର ପରିଚାଳନା ଦ୍ୱାରା ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ ହୋଇଥିଲା ।

ADVERTISEMENT