ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ୭୩ତମ ଜନ୍ମ ଦିବସ ଉତ୍ସବ : ସଭ୍ୟ ସଂଗ୍ରହ ଏବଂ ଜନସମ୍ପର୍କ ପଦଯାତ୍ରା

7

ବ୍ରହ୍ମପୁର,୧୦/୧୦(ଏଜେନ୍ସି) : ଜିଲ୍ଲା ବି.ଜେ.ଡି ପକ୍ଷରୁ ଆସନ୍ତା ୧୬ ତାରିଖ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ୭୩ତମ ଜନ୍ମ ଦିବସ ଉତ୍ସବ ଓ ସଭ୍ୟ ସଂଗ୍ରହ ଏବଂ ଜନସମ୍ପର୍କ ପଦଯାତ୍ରା କରିବା ନେଇ ବୈଠକ ଅନୁଷ୍ଠିତ । ଆଜି ଅପରା଼ହ୍ନ୍ନ ୧୨.୩0 ମିନଟ ସମୟରେ ବ୍ରହ୍ମପୁର ସର୍କିଟ ହାଉସ ରେଲ୍ୱେ ଷ୍ଟେସନ ରୋଡ଼ରେ ଏକ ସମୀକ୍ଷା ବୈଠକ ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଧାୟକ ଏବଂ ବିଧାୟିକା ଏବଂ ସମସ୍ତ ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । । ଏତଦ ବ୍ୟତୀତ ଗଂଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବା ପାଇଁ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ପହଞ୍ଚାଇବା ଓ 5T ର ବ୍ୟବହାର ଏବଂ ‘ ମୋ ସରକାର’ କାର୍ଯ୍ୟକ୍ରମକୁ ତ୍ଵରାନ୍ନିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯିବ ପାଇଁ ପଦକ୍ଷେପ ନିଆଯାଇଛି । ଏହି କମିଟି ଗୁଡିକ ମାନ୍ୟବର ବିଧାୟକ ସହ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟରେ ସାହାର୍ଯ୍ୟ ଓ ସହଯୋଗ କରବା । ଏହି ବୈଠକରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ୭୩ତମ ଜନ୍ମ ଦିବସ ଉତ୍ସବ ଅବସରରେ ଏକାଧିକ ସ୍ଥନରେ ରକ୍ତ ଦାନ ଶିବିର ଆୟୋଜନ କରିବା ନିମନ୍ତେ ନିଷ୍ପତି ନିଆଯାଇଛି ।

ADVERTISEMENT