‘ମୋ ସରକାର’ ଯୋଜନା ସଫଳତାର ପରୀକ୍ଷଣ

73

ବ୍ରହ୍ମପୁର,୧୧/୧୦(ଗୁରୁ ପ୍ରସାଦ) :ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଥାନା ଓ ଡାକ୍ତରଖାନାରେ ‘ମୋ ସରକାର’ ଫଳକ ଲଗାଇବା ନିମନ୍ତେ ପୂର୍ତ୍ତ ବିଭାଗର ଜିଲ୍ଲା ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକତା ଭିତ୍ତିରେ ‘ମୋ ସରକାର’ ଫଳକକୁ ସମସ୍ତ ଥାନା, ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ, ବ୍ରହ୍ମପୁର ଓ ସମ୍ବଲପୁରସ୍ଥିତ ୩ଟି ସରକାରୀ ମେଡିକାଲ କଲେକରେ ଲଗାଇବାକୁ କୁହାଯାଇଛି । ସୂଚନାଯୋଗ୍ୟ, ଗାନ୍ଧି ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା ଓ ଡାକ୍ତରଖାନାରେ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଗତ ଦୁଇଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ ନିଜେ ବ୍ୟକ୍ତିଗତ ଭାବେ ୫ଟି ଜିଲ୍ଲା ଗସ୍ତରେ ଯାଇ ଏହି ଯୋଜନାର ସଫଳତା ତଦାରଖ କରିଛନ୍ତି ।

ADVERTISEMENT